ପୁରୀ : ଆଜି ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଲୋକାରଣ୍ୟ ହୋଇଛି ଶ୍ରୀକ୍ଷେତ୍ର। ଆଜି ଆଷାଢ଼ ଶୁକ୍ଳ ପକ୍ଷ ଦ୍ଵିତୀୟା ତିଥି। ବଡ଼ଦାଣ୍ଡରେ ଭକ୍ତିମୟ ପରିବେଶ ହୋଇଛି ମହାପ୍ରଭୁଙ୍କ ରଥ ପ୍ରତିଷ୍ଠା। ପହଣ୍ଡି ପାଇଁ ସକାଳ ୯:୩୦ ରୁ ୧୨:୩୦ ମଧ୍ୟରେ ନୀତି ନିର୍ଘଣ୍ଟ ହୋଇଛି। ସୂଚନା ଅନୁଯାୟୀ, ୧୨:୩୦ ରୁ ୧ଟା ଭିତରେ ହେବ ଶ୍ରୀ ମଦନମୋହନ ଓ ଶ୍ରୀରାମକୃଷ୍ଣ ବିଜେ ନୀତି। ଦିନ ୧:୩୦ ରୁ ୨:୩୦ ମଧ୍ୟରେ ଠାକୁରଙ୍କ ବେଶ ଶେଷ ଓ ୨:୩୦ ରୁ ୩:୩୦ ମଧ୍ୟରେ ଛେରା ପହଁରା ପାଇଁ ରହିଛି ଲକ୍ଷ। ଦିନ ୩ଟା ରୁ ୪ଟା ଭିତରେ ଚାରମାଳ ଫିଟା ଓ ଘୋଡ଼ା ଜୋଚା କରାଯିବ। ଏହା ପରେ ଅପରାହ୍ନ ୪ଟା ରେ ଆରମ୍ଭ ହେବ ରଥଟଣା।
powered by social2s

