ପୁରୀ ଶରଧାବାଲିରେ ଠେଲାପେଲା; ୩ ମୃତ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ପୁରୀ: ପୁରୀ ଗୁଣ୍ଡିଚା ମନ୍ଦିର ନିକଟ ଶରଧାବାଲିରେ ଠେଲାପେଲାରେ ୩ ଜଣ ଭକ୍ତଙ୍କ ମୃତ୍ୟୁ ହୋଇଛି ଓ ଅନେକ ଆହତ ହୋଇଛନ୍ତି। ଆଜି ଭୋର ୪:୨୦ ରେ ଘଟିଛି ଅଘଟଣ। ଏହି ଘଟଣାରେ ଅସନ୍ତୋଷ ବ୍ୟକ୍ତ କଲେ ପ୍ରତ୍ୟକ୍ଷଦର୍ଶୀ ଓ କହିଲେ ଯେ ଭିଡ଼ ଭିତରକୁ ୨ଟି ଟ୍ରକ ପଶିଥିଲା। ପହୁଡ଼ ଖୋଲିବା ପରେ ସବୁ ରୁଣ୍ଡ ହୋଇଥିଲେ। ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ ଏହି ଘଟଣାର ତଦନ୍ତ ପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ଦେଇଛନ୍ତି। ଡିଜିପି ୱାଇ ବି ଖୁରାନିଆ ଘଟଣାସ୍ଥଳରେ ପହଁଚି ସ୍ଥିତି ଅନୁଧ୍ୟାନ କରିଛନ୍ତି।

powered by social2s