ଭୁବନେଶ୍ୱର: ଦୀର୍ଘ ୫୦ ବର୍ଷ ଧରି କରୁଥିବା ସମାଜ ସେବା ପାଇଁ ଡକ୍ଟରେଟ ଉପାଧି ଲାଭ କରିଛନ୍ତି ଋଷି ପଟ୍ଟନାୟକ। ଗତକାଲି ଦିଲ୍ଲୀ ସ୍ଥିତ ସାହା ଅଡିଟୋରିମରେ ଏହି ସମ୍ମାନ ପ୍ରଦାନ କରାଯାଇଛି। ଏହା ପୂର୍ବରୁ ପଟ୍ଟନାୟକ ଅନେକ ଅନ୍ତରଜାତୀୟ, ଜାତୀୟ ଓ ରାଜ୍ୟ ସରକାରଙ୍କ ପୁରସ୍କାର ଲାଭ କରିଛନ୍ତି। ସେ ଏକା ଧାରରେ ଜଣେ ଅଭିନେତା, ସମାଜସେବୀ, ପରିବେଶବିତ୍, ଲେଖକ ଓ ନିର୍ଦ୍ଧେଶକ ମଧ୍ୟ। ମୋ ବାପା ବୋଉଙ୍କର ଆଶ୍ରୀବାଦ, ମୋ ପରିବାର ର ସ୍ନେହ ଆଦର ଶ୍ରଦ୍ଧା ଆଉ ମୋତେ ଜାଣିଥିବା ଲୋକମାନଙ୍କ ଭଲ ପାଇବା, ସହଯୋଗ ଏହି ସଫଳତା ହାସଲ କରିଛି ବୋଲି କହିଲେ ଋଷି। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି କି ମୋତେ ଏମିତି ଅଶ୍ରିବାଦ କରିଥାନ୍ତୁ ବୋଲି ସେ ପ୍ରକାଶ କରିଛନ୍ତି।
powered by social2s

