ଅବସରପ୍ରାପ୍ତ ଶିକ୍ଷକଙ୍କ ପିତାଙ୍କ ବିୟୋଗ; ସମବେଦନା ଜଣାଇଲେ ପୂର୍ବତନ ବିଧାୟିକା

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ବଡ଼ଖଇରଖମା ପଂଚାୟତ ଅନ୍ତର୍ଗତ ପାଇକପଡା ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ଜୟସେନ ବିଷୋୟୀଙ୍କ ପିତା କାଳୁ ବିଷୋୟୀଙ୍କ ମଙ୍ଗଳବାର ଦିନ ୧୦୫ ବର୍ଷ ବୟସରେ ପାଇକପଡା ରେ ପରଲୋକ ଘଟିଛି । ଖବରପାଇ କବିସୂର୍ଯ୍ୟନଗର ପୂର୍ବତନ ବିଧାୟିକା ଶ୍ରୀମତୀ ଲତିକା ପ୍ରଧାନ ପାଇକପଡାରେ ଅପରାହ୍ନ ୭ଟା ସମୟରେ ପହଂଚି ଶ୍ରୀବିଷୋୟୀଙ୍କ ପରିବାରକୁ ସମବେଦନା ଜଣାଇବା ସହ ଅମର ଆତ୍ମାର ସଦଗତି କାମନା କରିଛନ୍ତି । ତାଙ୍କ ସହ ବେଗୁନିଆପଡା ବ୍ଲକ ଅଧକ୍ଷା ପ୍ରତିନିଧୂ ଦୁର୍ଯ୍ୟୋଧନ ଗୌଡ଼, ଜିଲ୍ଲା ପରିଷଦ ସଦସ୍ୟା ପ୍ରତିନିଧୂ ଗୋପବନ୍ଧୁ ସାହୁ ଉପସ୍ଥିତ ଥିଲେ ।ସ୍ବର୍ଗତ କାଳୁ ବିଷୋୟୀ ଧର୍ମ ପରାୟଣ ବ୍ୟକ୍ତି ସହ ମେଳାପୀ ଓ ଉତ୍ତମ ମଣିଷ ଥିଲେ | ତାଙ୍କ ବିୟୋଗ ରେ ଅଂଚଳ ରେ ଶୋକର ଛାୟା ଖେଳି ଯାଇଛି

powered by social2s