ଛାତ୍ରୀ କଳ୍ପିତା ଭାବଭକ୍ତି ସହିତ ଆଙ୍କିଲେ ମହାପ୍ରଭୁଙ୍କ ଚିତ୍ର

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

କୋରାପୁଟ : ପବିତ୍ର ରଥଯାତ୍ରା ଉପଲକ୍ଷେ ଭାବଭକ୍ତି ସହିତ ଆଙ୍କିଲେ ମହାପ୍ରଭୁଙ୍କ ଚିତ୍ର ଆଙ୍କିଲେ କୋରାପୁଟ ସରସ୍ବତୀ ଶିଶୁ ମନ୍ଦିରର ଛାତ୍ରୀ କଳ୍ପିତା ମହାପାତ୍ର l କଳ୍ପିତା ବର୍ତ୍ତମାନ କୋରାପୁଟ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ଷଷ୍ଠ ଶ୍ରେଣୀର ଛାତ୍ରୀ l ଝିଅ କଳ୍ପିତା ହେଉଛନ୍ତି କୋରାପୁଟ ଜିଲ୍ଲାର ବରିଷ୍ଠ ବିଶିଷ୍ଟ ପ୍ରଥମ ଶ୍ରେଣୀ ଠିକାଦାର ପିତା ଶ୍ରୀଯୁକ୍ତ ବିଭୂଦତ୍ତ ମହାପାତ୍ର ଏବଂ ମାତା ଶ୍ରୀମତୀ କବିତାଞ୍ଜଳୀ ମିଶ୍ରଙ୍କ କନ୍ୟା ଅଟନ୍ତି l ପିଲାଟି ବେଳୁ ସୁନା ଝିଅ କଳ୍ପିତା ସୁନ୍ଦର ସୁନ୍ଦର ଚିତ୍ର ଆଙ୍କିବାରେ ସିଦ୍ଧହସ୍ତ l ଝିଅ କଳ୍ପିତା ପିଲାଟି ବେଳୁ ଭଲ ପାଠ ପଢିବା ସହିତ ନିଜର ଅବସର ସମୟରେ ଚିତ୍ର ଆଙ୍କି ନିଜକୁ ସର୍ବଦା ବ୍ୟସ୍ତ ରଖନ୍ତି l ତେବେ ବର୍ତ୍ତମାନ ପ୍ରଭୁ ଜଗନ୍ନାଥଙ୍କ ପବିତ୍ର ଘୋଷଯାତ୍ରା ଚାଲୁଥିବା ଅବସରରେ ଭାବଭକ୍ତି ସହିତ ଚିତ୍ର ଆଙ୍କି ଝିଅ କଳ୍ପିତା ନିଜ ଭକ୍ତି ଭାବ ଢାଳିଥିବା ଦେଖା ଦେଇଅଛି l ତେବେ ସୁନା ଝିଅ କଳ୍ପିତା ଆଜି ଭଗବାନ ଶ୍ରୀ ଜଗନ୍ନାଥଙ୍କ ଚିତ୍ର ଆଙ୍କି ତାଙ୍କ ଟ୍ୟୁସନ୍ ଶିକ୍ଷକ ତଥା ଅଧ୍ୟାପକ ତ୍ରିନାଥ ପଟ୍ଟନାୟକଙ୍କୁ ଉପହାର ସ୍ୱରୂପ ଏହି ଶ୍ରୀ ଜଗନ୍ନାଥଙ୍କ ଚିତ୍ରଟି ପ୍ରଦାନ କରି ଅଧ୍ୟାପକ ତ୍ରିନାଥ ପଟ୍ଟନାୟକଙ୍କ ନିକଟରୁ ବେଶ୍ ପ୍ରଶଂସିତ ହୋଇପାରିଅଛନ୍ତି l ଆହୁରି ମଧ୍ୟ ଝିଅ କଳ୍ପିତାଙ୍କ ନିକଟରେ ତାଙ୍କ ସାନ ଭାଇ ଅୟେଶକାନ୍ତ ମହାପାତ୍ର ମଧ୍ୟ ଉପସ୍ଥିତ ରହି ଶ୍ରୀ ଜଗନ୍ନାଥଙ୍କ ଚିତ୍ର ଶିକ୍ଷକ ତ୍ରିନାଥ ପଟ୍ଟନାୟକଙ୍କୁ ପ୍ରଦାନ କରୁଥିବା ଦେଖା ଦେଇଅଛି l ତେବେ ନିଜପାଠ ପଢା ସହ ଆଗକୁ ଆହୁରି ମଧ୍ୟ ଝିଅ କଳ୍ପିତା ବିଭିନ୍ନ ଧରଣର ଚିତ୍ର ଆଙ୍କି ସମାଜକୁ ବାର୍ତ୍ତା ଦେବାକୁ ନିଜ ମତ ରଖିଛନ୍ତି l ତେବେ ଝିଅ କଳ୍ପିତାର ଚିତ୍ରକଳା ପ୍ରତି ଆଗ୍ରହକୁ ଦୃଷ୍ଟିରେ ରଖି ଅଧ୍ୟାପକ ତ୍ରିନାଥ ପଟ୍ଟନାୟକ ବେଶ୍ ଉତ୍ସାହିତ କରିଥିବା ଦେଖା ଦେଇଅଛି l

powered by social2s