ପୁରୀ: ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାମ ଶେଷ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ସୂଚନା ଦେଇଛନ୍ତି I ପାଢ଼ୀ କହିଛନ୍ତି ଯେ ଉଭୟ ଭିତର ଓ ବାହାର ରତ୍ନଭଣ୍ଡାର ମରାମତି କାମ ଶେଷ ହୋଇଛି I ମରାମତି ବେଳେ ୫୨୦ଟି ପଥର ବଦଳାଯାଇଛି। ସ୍କାନିଙ୍ଗ କଲା ପରେ ଖରାପ ପଥର ବଦଳାଯାଇଛି। ଉଭୟ ଭିତର ଓ ବାହାର ରତ୍ନ ଭଣ୍ଡାର ଓ ତାକୁ ସଂଯୋଗ କରୁଥିବା ସ୍ଥାନଟିର ଚଟାଣକୁ ନୂଆ ଗ୍ରାନାଇଟ ଚଟାଣ କରାଯାଇଛି। ପ୍ରାୟ ୩୩୩ ଘଣ୍ଟାର ମରାମତି ଓ ସଂରକ୍ଷଣ କାମ ହୋଇଛି।
powered by social2s

