ଆନ୍ଦୋଳନକୁ ଓଲ୍ହାଇଲେ ଡ୍ରାଇଭର, ଯାତ୍ରୀ ହନ୍ତସନ୍ତ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର : ଆନ୍ଦୋଳନକୁ ଓଲ୍ହାଇଲେ ଓଡ଼ିଶାର ୨ ଲକ୍ଷ ଡ୍ରାଇଭର। ଓଡ଼ିଶା ଡ୍ରାଇଭର ମହାସଂଘ ପକ୍ଷରୁ ୭ ଦଫା ଦାବି ନେଇ ଅନିର୍ଦ୍ଧିଷ୍ଟ କାଳ ପାଇଁ ଏହି ଆନ୍ଦୋଳନ ଡାକରା ଦିଆଯାଇଛି। ଆନ୍ଦୋଳନ ଯୋଗୁଁ ସାରା ଓଡ଼ିଶାରେ ବସ୍, ଟ୍ରକ୍, କାର୍, ଓ ଅଟୋ ଚଳାଚଳ ବନ୍ଦ ରହିଛି। ଭୁବନେଶ୍ୱର ବରମୁଣ୍ଡା ବସ୍ ଷ୍ଟାଣ୍ଡରେ ବିଭିନ୍ନ ସ୍ଥାନକୁ ଯାଉଥିବା ବସ୍ ଗୁଡ଼ିକ ଅଟକିଥିବାରୁ ଯାତ୍ରୀ ମାନେ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ପ୍ରମୁଖ ଦାବି ଗୁଡ଼ିକ ହେଲା ୬୦ ବର୍ଷ ବୟସ ପରେ ଡ୍ରାଇଭରଙ୍କୁ ଭତ୍ତା ପ୍ରଦାନ କରିବା, ସେପ୍ଟେମ୍ବର ୧ କୁ ଡ୍ରାଇଭର ଦିବସ ଭାବେ ଘୋଷଣା କରିବା, ଲୋକଙ୍କ ଆକ୍ରୋଶର ଶିକାର ହେଉଥିବା ଡ୍ରାଇଭରଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ଆଇନ୍ ଓ ୧୦୦ କିଲୋମିଟର ଭିତରେ ଗାଡ଼ି ପାର୍କିଂ ଓ ଡ୍ରାଇଭରଙ୍କ ବିଶ୍ରାମ ବ୍ୟବସ୍ଥା।

powered by social2s