ଭୁବନେଶ୍ୱର: ଗୁରୁ ସାକ୍ଷାତ ପରଂବ୍ରହ୍ମ ତସ୍ମୈଶ୍ରୀ ଗୁରୁବେ ନମଃ'। ଆଜି ଗୁରୁ ପୂର୍ଣ୍ଣିମା ଉପଲକ୍ଷେ ଇଞ୍ଜିନିଅର ଦିଲ୍ଲୀପ କୁମାର ପଟ୍ଟନାୟକ ଓ ଡ଼ ନାରାୟଣ ମହାପାତ୍ର ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରଚାରକ ଙ୍କ ସଂଯୋଜନା ରେ ନିର୍ମଳାଳୟ ଵୃଦ୍ଧା ସେବାଶ୍ରାମ ର ଅଧିବାସୀ ଅବହେଳିତ ବରିଷ୍ଠ ଗୁରୁଜନ ଓ ଛୋଟ ଛୋଟ ପିଲା ମାନଙ୍କ ସହିତ ଗୁରୁ ପୂଜନ ଦିବସ ପାଳନ କରାଯାଇଛି। କାର୍ଯ୍ୟକ୍ରମ ପରେ ସମସ୍ତେ ମିଳି ମିଶି ଖାଦ୍ୟ ଗ୍ରହଣ କରିଥିଲେ। ଆଷାଢ଼ ମାସର ପୂର୍ଣ୍ଣିମା ଗୁରୁ ପୂର୍ଣ୍ଣିମା ବା ବ୍ୟାସପୂର୍ଣ୍ଣିମା ଭାବରେ ପାଳିତ ହୋଇଥାଏ।ଏହା ବିଶେଷତଃ ହିନ୍ଦୁ, ବୌଦ୍ଧ ଓ ଜୈନ ଧର୍ମାବଲମ୍ବୀ ମାନେ ବହୁ ଉତ୍ସାହ ଓ ଉଦ୍ଦୀପନାର ସହ ପାଳନ କରିଥାନ୍ତି। ମହାଭାରତର ରଚୟିତା ବ୍ୟାସଦେବଙ୍କ ଜନ୍ମ ଋଷି ପରାଶର ଓ ଧୀବର କନ୍ୟା ସତ୍ୟବତୀଙ୍କ ଗର୍ଭରୁ ଆଷାଢ଼ ପୂର୍ଣ୍ଣିମା ତିଥି ରେ ହୋଇଥିବା କଥା ଶାସ୍ତ୍ରପୁରାଣରୁ ଜଣାଯାଏ। ତେଣୁ ଉକ୍ତ ପୂର୍ଣ୍ଣିମା କୁ ଗୁରୁ ପୂର୍ଣ୍ଣିମା ଭାବରେ ପାଳନ କରାଯାଇ ମହାଭାରତର ରଚୟିତା ବ୍ୟାସଦେବଙ୍କ ପ୍ରତି ଉପଯୁକ୍ତ ସମ୍ମାନ ଜଣାଇ ଆସୁଥିବା ଜଣାଯାଏ। ଏହି ଦିନ ମଠ, ମନ୍ଦିର,ଗୁରୁକୂଳ ଆଶ୍ରମ ଗୁଡ଼ିକରେ ବିଶେଷ ପୂଜାର୍ଚ୍ଚନା କରାଯାଇ ଗୁରୁ ମାନଙ୍କୁ ଭକ୍ତି ଓ ସମ୍ମାନ ପ୍ରଦାନ କରିବା ହେଉଛି । ଏହି ପରମ୍ପରାର ବିଶେଷ ମହତ୍ତ୍ୱ। ତେଣୁ ଏହି ପବିତ୍ର ଗୁରୁ ପୂର୍ଣ୍ଣିମା ଅବସରରେ ବରିଷ୍ଠ ଗୁରୁଜନଙ୍କ ଶ୍ରୀ ଚରଣରେ କୋଟି କୋଟି ପ୍ରଣାମ ଜଣାଇ ଅନୁଷ୍ଠାନ ପକ୍ଷରୁ ସମସ୍ତ ହିନ୍ଦୁଧର୍ମାବଲମ୍ବୀ ମାନଙ୍କୁ ବହୁତ ବହୁତ ଶୁଭ କାମନା ଓ ଅଭିନନ୍ଦନ ଜଣାଯାଇଛି।
ନିର୍ମଳାଳୟ ଵୃଦ୍ଧା ସେବାଶ୍ରମ ଗିରିଙ୍ଗା ପୁଟ ରେ ଗୁରୁ ପୂଜନ ଦିବସ ପାଳନ
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

