ଭୁବନେଶ୍ୱର: ଆବଶ୍ୟକ ପଡ଼ିଲେ ଦିଲ୍ଲୀ ଏୟାରଲିଫ୍ଟ ହେବେ ଏଫ୍ କଲେଜ ଛାତ୍ରୀ ବୋଲି ସୂଚନା ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏମ୍ସ ଭୁବନେଶ୍ୱରରେ ଗୁରୁତର ଛାତ୍ରୀ ସୋମ୍ୟଶ୍ରୀ ବିଶିଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଲେ ମୁଖ୍ୟମନ୍ତ୍ରୀ। ସ୍ବାସ୍ଥ୍ୟାବସ୍ଥା ନିଜେ ଅନୁଧ୍ୟାନ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଦିଲ୍ଲୀ ଏମ୍ସ ଷ୍ଟାଣ୍ଡାର୍ଡର ଚିକିତ୍ସା ଯୋଗାଇ ଦିଆଯାଉଛି। ଭୁବନେଶ୍ବର ଏମ୍ସ କର୍ତ୍ତୃପକ୍ଷ ଦିଲ୍ଲୀ ଏମ୍ସ ସହ ଯୋଗାଯୋଗରେ ଅଛନ୍ତି। ବର୍ତ୍ତମାନ ଆହତ ଛାତ୍ରୀଙ୍କ ଅବସ୍ଥା ଗୁରୁତର ରହିଛି, ତେଣୁ ସ୍ଥାନାନ୍ତର ସମ୍ଭବ ନୁହେଁ। ଯଦି ଆଗକୁ ସ୍ଥିତି ସ୍ବାଭାବିକ ହୁଏ ତାହେଲେ ଦିଲ୍ଲୀ ଏୟାରଲିଫ୍ଟ କରାଯିବ। ଏହି ଘଟଣାରେ ନିଜଆଡ଼ୁ ହସ୍ତକ୍ଷେପ କଲେ ଜାତୀୟ ମହିଳା କମିଶନ। ତିନି ଦିନ ଭିତରେ ଡିଜିପିଙ୍କୁ ରିପୋର୍ଟ ମାଗିଲେ କମିଶନ। ଅନୁସନ୍ଧାନ କରି କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଲେଖିଲେ କମିଶନ।
powered by social2s

