ଭୁବନେଶ୍ୱରରେ ମା' ପାଇଁ ଗଛଟିଏ" କାର୍ଯ୍ୟକ୍ରମ ଅନୁଷ୍ଠିତ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଭାରତ ବର୍ଷର ଯଶସ୍ବୀ ପ୍ରଧାନମନ୍ତ୍ରୀ ଏବଂ ଓଡିଶା ପ୍ରଦେଶର ଲୋକଙ୍କ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କ ଆହ୍ବାନ କ୍ରମେ "ମା' ପାଇଁ ଗଛଟିଏ" କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହାକୁ ଆୟୋଜନ କରିଥିଲେ ଭୁବନେଶ୍ୱରର ଯୁବ ନେତୃତ୍ବ ତଥା ଭାରତୀୟ ଜନତା ଯୁବମୋର୍ଚ୍ଚ ର ଉପସଭାପତି ନଳିନୀକାନ୍ତ ମହାନ୍ତି (ଗୁଡୁ) । ଭୁବନେଶ୍ୱର ରସୁଲଗଡ ଓ୍ବାର୍ଡ ନଂ ୧୯ ଅନ୍ତର୍ଗତ ଗଡଗୋପିନାଥ ଦେବ ବିଦ୍ୟାଳୟ ପ୍ରାଙ୍ଗଣରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଉତ୍ତର ଭୁବନେଶ୍ୱରର ପୂର୍ବତନ ବିଧାୟ ଶ୍ରୀଯୁକ୍ତ ପ୍ରିୟଦର୍ଶୀ ମିଶ୍ର, ଭୁବନେଶ୍ୱର ସାଂଗଠନିକ ଜିଲ୍ଲାର ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ମିଶ୍ର ଏବଂ ଭୁବନେଶ୍ୱର ସାଂଗଠନିକ ଜିଲ୍ଲାର ଯୁବମୋର୍ଚ୍ଚ ସଭାପତି ଶ୍ରୀଯୁକ୍ତ ସ୍ବୟଂ ସେବକ ରାୟ ସମେତ ବହୁ ସଂଖ୍ୟକ ମହିଳା ଏବଂ ଯୁବକ ନେତୃତ୍ବ ସାମିଲ ହୋଇଥିଲେ I ଶ୍ରୀ ନଳିନୀକାନ୍ତ ମହାନ୍ତି (ଗୁଡୁ) ଆଗାମୀ ପିଢ଼ିମାନଙ୍କ ତଥା ବିଶ୍ବ ପାଇଁ ଗଛଟିଏ ନିତ୍ୟାନ୍ତ ଆବଶ୍ୟକ ବୋଲି ବାର୍ତ୍ତା ଦେଇ ଯୁବପିଢିଙ୍କ ପାଇଁ ଏକ ଭଲ ଉଦାହରଣ ସାଜିଛନ୍ତି ।

powered by social2s