ଭୁବନେଶ୍ୱର : ପୁରୀ ଶରଧାବାଲି ଦଳାଚକଟା ଘଟଣାରେ ଚତୁର୍ଥ ପର୍ଯ୍ୟାୟ ସାକ୍ଷ୍ୟ ଗ୍ରହଣ ଶେଷ ହୋଇଛି। ଉନ୍ନୟନ କମିଶନର ଅନୁ ଗର୍ଗଙ୍କ ସମ୍ମୁଖରେ ଆଜି ୪୨ ଜଣଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଛି। ଶ୍ରୀମନ୍ଦିର ପ୍ରଶାସନର କର୍ମଚାରୀ, ଇଣ୍ଟିଗ୍ରେଟେଡ୍ କଣ୍ଟ୍ରୋଲ ରୁମ୍ର ପୋଲିସ ଅଧିକାରୀ ସାକ୍ଷ୍ୟ ଦେଲେ। ଦଳାଚକଟା ଦିନ ଡ୍ୟୁଟିରେ ଥିବା ପୋଲିସ ଅଧିକାରୀ ଓ କର୍ମଚାରୀ ସାକ୍ଷ୍ୟ ଦେଇଥିବା ସୂଚନା। କାଲି ଜିଲ୍ଲା ପ୍ରଶାସନର ୪୦ ଜଣ ସରକାରୀ କର୍ମଚାରୀଙ୍କ ସାକ୍ଷ୍ୟ ଗ୍ରହଣ ହୋଇଥିଲା। ପୂର୍ବରୁ ପୁରୀରେ ୪୮ ଜଣ ସାଧାରଣ ଲୋକଙ୍କ ସାକ୍ଷ୍ୟ ଗ୍ରହଣ ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ଵରରେ ୧୭ ଜଣଙ୍କ ସାକ୍ଷ୍ୟ ଗ୍ରହଣ ହୋଇଥିଲା।
powered by social2s

