ଭୁବନେଶ୍ୱର : ଭୁବନେଶ୍ୱରରେ ବିଜେଡି କର୍ମୀ ଓ ପୋଲିସ ମଧ୍ୟରେ ଧସ୍ତାଧସ୍ତି ହୋଇଛି। ଆତ୍ମହୁତି ଉଦ୍ୟମ ପରେ ଏମ୍ସ ଭୁବନେଶ୍ୱରରେ ପ୍ରାଣ ହରାଇଥିବା ଫକୀର ମୋହନ କଲେଜ ଛାତ୍ରୀଙ୍କୁ ନ୍ୟାୟ ପ୍ରଦାନ କରିବା ଦାବିରେ ଲୋକ ସେବା ଭବନ ଘେରାଉ କରିବାକୁ ଉଦ୍ୟମ କରିବା ବେଳେ ପୋଲିସ ଆନ୍ଦୋଳନକାରୀଙ୍କ ଉପରକୁ ପାଣି ଓ ଟିଅର ଗ୍ୟାସ ମାଡ଼ କରିଛି। ପ୍ରଥମ ବ୍ୟାରିକେଡ ଭାଙ୍ଗି ଦ୍ଵିତୀୟ ବ୍ୟାରିକେଡ ଭାଙ୍ଗିବାକୁ ଚେଷ୍ଟା କରିଥିବା ବେଳେ ପୋଲିସ ଓ ବିଜେଡି କର୍ମୀ ମୁହଁମୁହିଁ ହୋଇଥିଲେ। ମୃତକଙ୍କ ପରିବାରିକୁ ୨ କୋଟି ଟଙ୍କା ଦେବାକୁ ଦାବି କରାଯାଇଛି।
powered by social2s

