ଭୁବନେଶ୍ୱର : ଆଜି ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ଦେଇଛି କଂଗ୍ରେସ। ବନ୍ଦକୁ ନେଇ ଭୁବନେଶ୍ୱର ଓ କଟକରେ ୮୨ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି। ବାଲେଶ୍ୱର ଫକୀର ମୋହନ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କୁ ନ୍ୟାୟ ଦାବିରେ ଏହି ବନ୍ଦ ସକାଳ ୬ଟା ରୁ ସନ୍ଧ୍ୟା ୬ଟା ଯାଏଁ ପାଳନ କରିବା ପାଇଁ ନିଆଯାଇଛି ନିଷ୍ପତ୍ତି। ସାରା ରାଜ୍ୟରେ ସୁରକ୍ଷା ବଢ଼ିଛି। ବିଶେଷ କରି ଭୁବନେଶ୍ୱର, ବାଲେଶ୍ୱର, ଜଗତସିଂହପୁର, ସମ୍ବଲପୁର, ବାଲେଶ୍ୱରରେ ସୁରକ୍ଷା କଡ଼ାକଡ଼ି କରାଯାଇଛି। କଂଗ୍ରେସ ସହ ୮ଟି ବିରୋଧୀ ଦଳ ଏହି ବନ୍ଦ ପାଳନ କରୁଛନ୍ତି। ସକାଳୁ ସାରା ରାଜ୍ୟରେ ଦେଖିବାକୁ ମିଳିଛି ବନ୍ଦର ପ୍ରଭାବ। ଭୁବନେଶ୍ୱର ରେଳ ଷ୍ଟେସନରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି କଂଗ୍ରେସ କର୍ମୀ। ଜୟଦେବ ବିହାର, ଆଚାର୍ଯ୍ଯ ବିହାର ଓ ରସୁଲଗଡ଼ ନିକଟ ଜାତୀୟ ରାଜପଥରେ ସହ ସହ ଗାଡ଼ି ଅଟକିଥିବା ଦେଖିବାକୁ ମିଳିଛି। ବିଭିନ୍ନ ସ୍ଥାନରେ ଗାଡ଼ି ଚଳାଚଳ ଓ ଦୋକାନ ବଜାର ବନ୍ଦ ରହିଛି। କଟକ ନେତାଜୀ ବସ୍ ଟର୍ମୀନାଲରେ ସମସ୍ତ ବସ୍ ବନ୍ଦ ରହିଛି। ସେପଟେ ଭଦ୍ରକ ରେଳ ଷ୍ଟେସନରେ ଭଦ୍ରକ - ଦଶପଲ୍ଲା ମେମୁ ଟ୍ରେନ ଅଟକାଇଲେ ବନ୍ଦ ସମର୍ଥକ। ସୁନ୍ଦରଗଡ଼ ଜିଲ୍ଲା ରାଉରକେଲା ସହରରେ ବସ୍ ଚଳାଚଳ ବନ୍ଦ ରହିଛି।
ଆଜି ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ପାଇଁ ବ୍ୟାପକ ପୋଲିସ ସୁରକ୍ଷା
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

