ଭୁବନେଶ୍ୱର : ଏମ୍ସ ଭୁବନେଶ୍ୱର ପରିସରରେ ବିଜେଡି-ବିଜେପି ମୁହାଁମୁହିଁ ହୋଇଛନ୍ତି। ବିଜେଡି, କଂଗ୍ରେସ ଓ ବିଜେପି କର୍ମୀ ଧାରଣା ଦେଇଥିବା ସୂଚନା। ପୁରୀ ଜିଲ୍ଲା ବଳଙ୍ଗା ପୀଡ଼ିତା ପୋଡ଼ିହେବା ଘଟଣାକୁ ନେଇ ଉତ୍ତେଜନା ଦେଖା ଦେଇଛି। ୩ ଦଳର ହୋହଲ୍ଲା, ନାରାବାଜି ଓ ଧସ୍ତାଧସ୍ତି କରିବାରୁ ପୋଲିସ ଏମ୍ସ ପରିସରରେ ବି ଏନ ଏସ ର ୧୬୩ ଧାରା ଲାଗୁ ହୋଇଛି। ନିଷିଦ୍ଧାଞ୍ଚଳ ଘୋଷଣା କରି ମାଇକରେ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ଘଟଣା ସ୍ଥଳରେ ଦୁଇ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି। ଆନ୍ଦୋଳନକାରୀଙ୍କୁ ଉଠାଇନେଲା ପୋଲିସ।
powered by social2s

