ଜାତୀୟ ସେବା ଯୋଜନା ତରଫରୁ ରକ୍ତଦାନ ଶିବିର

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

କଟକ: ଏକ ସଚେତନତାମୂଳକ ଇନହାଉସ ବ୍ଲଡ୍ ଡୋନେସନ କ୍ୟାମ୍ପ କଟକରେ ଆୟୋଜିତ ହେଇଥିଲା, ଯେଉଁଥିରେ ଅନେକ ବିଶିଷ୍ଟ ବ୍ୟକ୍ତିତ୍ୱମାନେ ଉପସ୍ଥିତ ହୋଇ ଦାନ ଓ ସେବା ଆନ୍ଦୋଳନରେ ନୂତନ ଉତ୍ସାହ ଭରିଦେଇଥିଲେ। ଏହି କ୍ୟାମ୍ପ ୩୦ ଜୁଲାଇ ୨୦୨୫ ସକାଳ ୯ଟାରେ, ଏସିବି ବ୍ଲଡ୍ ବ୍ୟାଙ୍କ, କଟକରେ ଆୟୋଜିତ ହୋଇଥିଲା, ଯାହା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଜାତୀୟ ସେବା ଯୋଜନା ତରଫରୁ ଜାତୀୟ ସେବା ଯୋଜନାର କଟକ ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ ଜୟନ୍ତୀବାଳା ପରିଜାଙ୍କ ସୁପରାନ୍ୟୁଏସନ ଅବସରରେ ବିଶେଷ ଭାବରେ ଅନୁଷ୍ଠିତ ହୋଇଥିଲା। କ୍ୟାମ୍ପରେ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ଥିବା ଜାତୀୟ ସେବା ଯୋଜନା ଆଞ୍ଚଳିକ ନିର୍ଦ୍ଦେଶିକା ସରିତା ପଟେଲ କହିଥିଲେ ଯେ, ଏହି ପ୍ରକାର କାର୍ଯ୍ୟକ୍ରମ ଯୁବମାନେ ମଧ୍ୟରେ ସଚେତନତା ବୃଦ୍ଧି କରିଥାଏ ଏବଂ ସେମାନେ ଦାୟିତ୍ୱପୂର୍ଣ୍ଣ ସମାଜ ଗଢିବାରେ ଭୂମିକା ନିବାହ କରନ୍ତି। ଯୁବ ଅଧିକାରୀ ଅଜିତ କୁମାର କହିଥିଲେ ଯେ ରକ୍ତଦାନ ହେଉଛି ଜୀବନ ଦାନ, ଯେଉଁଥି ଜଣେ ମୁରିବାକୁ ବଞ୍ଚାଇପାରିଥାଏ। ଏସିବି ମେଡିକାଲ ଆଣ୍ଡ କଲେଜ ବ୍ଲଡ୍ ସେଣ୍ଟରର ଅଧ୍ୟକ୍ଷା ଓ ବିଭାଗ ମୁଖ୍ୟ ପ୍ରଫେସର ଡ଼ା. ସ୍ମିତା ମହାପାତ୍ର କହିଥିଲେ ଯେ, ରକ୍ତଦାନ ସୁରକ୍ଷିତ ଓ ଆବଶ୍ୟକ ଏବଂ ଏହା ପାଇଁ ଜନସାଧାରଣଙ୍କ ମଧ୍ୟରେ ଅଧିକ ସଚେତନତା ଆଣିବା ଦରକାର। ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ସଂଯୋଜକ ଡ଼ା. ବି.ଏମ୍. ଜେନା ଏବଂ ସାମାଜିକ କର୍ମୀ ଡ଼ା. ଏସ୍ କେ କାଲିମୁଲ୍ଲାହ୍ ମଧ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ହୋଇ ଯୁବ ପିଢିକୁ ସେବା ଓ ମାନବତାର ଦିଗରେ ଆଗେଇ ଆସିବାକୁ ପ୍ରେରିତ କଲେ। କାର୍ଯ୍ୟକ୍ରମର ସଭାପତି ଓ ଜାତୀୟ ସେବା ଯୋଜନାର କଟକ ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ ଜୟନ୍ତୀବାଳା ପରିଜା ଉପସ୍ଥାପନା କରି ରକ୍ତଦାନ ଆନ୍ଦୋଳନକୁ ଏକ ଦୈନିକ ଅଭ୍ୟାସ ରୂପେ ଗ୍ରହଣ କରିବା ପାଇଁ ଅନୁରୋଧ କଲେ।

powered by social2s