ଓଡ଼ିଶା-ଝାଡ଼ଖଣ୍ଡ ସୀମାରେ ପୁଣି ଆଇ ଇ ଡି ବିସ୍ଫୋରଣ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

କୋଇଡ଼ା: ଓଡ଼ିଶା-ଝାଡ଼ଖଣ୍ଡ ସୀମାରେ ପୁଣି ଆଇ ଇ ଡି ବିସ୍ଫୋରଣ ହୋଇଛି। ପୃଥକ ପୃଥକ ଦୁଇଟି ସ୍ଥାନରେ ବିସ୍ଫୋରଣ ହୋଇଥିବା ଜଣାପଡ଼ିଛି। ଝାଡ଼ଖଣ୍ଡ କରମପଦା ରେଲୱେ ଷ୍ଟେସନ ନିକଟରେ ଓ ଓଡ଼ିଶାର କେ. ବଲାଙ୍ଗ ଥାନା ରେଞ୍ଜଡ଼ା ରେଲୱେ ଟ୍ରାକ୍‌ରେ ବିସ୍ଫୋରଣ ହୋଇଛି। ଗତକାଲି କରମପଦା-ରେଞ୍ଜଡ଼ା ମଝିରେ ବିସ୍ଫୋରଣ ଘଟିଥିଲା। ଆଇ ଇ ଡି ବିସ୍ଫୋରଣ ଘଟାଇ ରେଲୱେ ଟ୍ରାକ୍‌ ଉଡ଼ାଇଥିଲେ ମାଓବାଦୀ। ଜଣେ ରେଲୱେ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଗୁରୁତର ଆହତ ହୋଇଥିଲେ। କାଲିର ବିସ୍ଫୋରଣ ପରେ ବିମଳାଗଡ଼ ସେକ୍ସନ ଟ୍ରାକ୍‌ରେ ଟ୍ରେନ୍‌ ଚଳାଚଳ ବନ୍ଦ ରଖାଯାଇଥିଲା।

powered by social2s