ଭୁବନେଶ୍ୱର: ଏଣିକି ରାତିରେ କାର୍ଯ୍ୟାଳୟରେ କାମ କରିବା ପାଇଁ ମହିଳା କର୍ମଚାରୀଙ୍କ ସହମତି ଆବଶ୍ୟକ। ଓଡ଼ିଶା ଶ୍ରମ ବିଭାଗ ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁଯାୟୀ, ମହିଳା କର୍ମଚାରୀଙ୍କୁ ଘରୁ ଆଣିବା ଓ ଛାଡ଼ିବା ବ୍ୟବସ୍ଥା କରିବା ବାଧ୍ୟତାମୂଳକ। ମହିଳା କର୍ମଚାରୀଙ୍କୁ ଆଣିବା ପାଇଁ ନିୟୋଜିତ ଡ୍ରାଇଭରଙ୍କ ତଥ୍ୟ ପୋଲିସ୍ କୁ ଦେବା ଏବଂ କର୍ମକ୍ଷେତ୍ରରେ ସିସିଟିଭି, ଲାଇଟ୍, ବାଥରୁମ୍ ଓ ପାଣି ବ୍ୟବସ୍ଥା କରିବା ବାଧ୍ୟତାମୂଳକ। ମହିଳା କର୍ମଚାରୀଙ୍କ ପରିବହନରେ ନିୟୋଜିତ ଗାଡ଼ିରେ ରହିବ ଜିପିଏସ୍ ଟ୍ରାକିଂ ବ୍ୟବସ୍ଥା। ଅତି କମ୍ ରେ ୩ ଜଣ ମହିଳା କର୍ମଚାରୀ ଗୋଟିଏ କାର୍ଯ୍ୟାଳୟରେ କାମ କରିବେ।
powered by social2s

