କଟକ: ସହରର ସ୍ପନ୍ଦନଶୀଳ ଛାତ୍ର ସମୁଦାୟ ଦ୍ଵାରା ଗଠିତ ପ୍ରମୁଖ ଜ୍ଞାନଭିତ୍ତିକ ଯୁବ ସଂଗଠନ, *କ୍ୱିଜାର୍ଡ୍" ଏହାର ପ୍ରମୁଖ ଆନ୍ତଃ-ସ୍କୁଲ କୁଇଜ୍ ପ୍ରତିଯୋଗିତା "ସାଇନାପ୍ସ- ଦି ଜଙ୍କସନ୍ ଅଫ କ୍ୟୁରିଓସିଟି" ର ୯ମ ସଂସ୍କରଣ, ଘୋଷଣା କରିଛି। ନାଳନ୍ଦା ପବ୍ଲିକ ସ୍କୁଲ ଏବଂ ଡମ୍ବରୁ ଆପ୍ ମିଳିତ ପ୍ରାୟୋଜନାରେ ରବିବାର, ତା ଅଗଷ୍ଟ ୧୭, ୨୦୨୫ ରିଖ, କଟକର ବିଜୁ ପଟ୍ଟନାୟକ ଛକ ସ୍ଥିତ ସାରଳା ଭବନ ଠାରେ, ଅନୁଷ୍ଠିତ ହେବାକୁ ଯାଉଥିବା ଏହି କାର୍ଯ୍ୟକ୍ରମ ବୁଦ୍ଧି, ଦଳଗତ କାର୍ଯ୍ୟ ଏବଂ ସାଧାରଣ ସଚେତନତାର ଏକ ଉତ୍ସାହଜନକ ଅପରାହ୍ନର ପ୍ରତିଶ୍ରୁତି ଦେଉଅଛି। ଏହି ପ୍ରତିଯୋଗିତା ଇଂରାଜୀ ମାଧ୍ୟମରେ ୭ମ ରୁ ଦ୍ୱାଦଶ ଏବଂ ଓଡ଼ିଆ ମାଧ୍ୟମ ରେ ୭ମ ରୁ ୧୦ମ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କ ପାଇଁ ଉପଯୁକ୍ତ।ଏହା ସ୍କୁଲଗୁଡ଼ିକୁ ପ୍ରତି ଅନୁଷ୍ଠାନ ପିଛା ସର୍ବାଧିକ ୧୦ ଟି ଦଳ (ଦୁଇଜଣ ଅଂଶଗ୍ରହଣକାରୀଙ୍କ ଦ୍ଵାରା ଗଠିତ ଦଳ) ପଠାଇବାକୁ ଆମନ୍ତ୍ରଣ କରୁଛି। ଏଠାରେ ଅଂଶଗ୍ରହଣ ସମ୍ପୂର୍ଣ୍ଣ ମାଗଣା ଅଟେ, ଯାହା ସମଗ୍ର ଅଞ୍ଚଳରୁ ବ୍ୟାପକ ଅଂଶଗ୍ରହଣକାରୀଙ୍କୁ ଉତ୍ସାହିତ କରୁଛି। ଏହି ବର୍ଷର କୁଇଜ୍ ଉଭୟ ଭାଷାରେ ଅନୁଷ୍ଠିତ ହେବ ଏବଂ ପ୍ରତ୍ୟେକରେ ଏକ ଲିଖିତ ପ୍ରାରମ୍ଭିକ ପର୍ଯ୍ୟାୟ ଓ ପରେ ଏକ ଗ୍ରାଣ୍ଡ ଫିନାଲେ ଅନୁଷ୍ଠିତ ହେବ। ଉଭୟ ଭାଷାରେ ଶ୍ରେଷ୍ଠ ୬ ଟି ଦଳଙ୍କର ସ୍ଵତନ୍ତ୍ର ରାଉଣ୍ଡ ହେବ। ଆଞ୍ଚଳିକ ଭାଷା ଶିକ୍ଷାକୁ ପ୍ରୋତ୍ସାହନ ନିମନ୍ତେ ସକାଳ ଅଧିବେଶନରେ ୭ମ ରୁ ୧୦ମ ଶ୍ରେଣୀର ଓଡ଼ିଆ ମାଧ୍ୟମ ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ ବିଶେଷ ଓଡ଼ିଆ କୁଇଜ୍ ପ୍ରତିଯୋଗିତା ଆୟୋଜିତ ହେବ। ମଧ୍ୟାହ୍ନ ଅଧିବେଶନ ରେ ସ୍ଵତନ୍ତ୍ର ଇଂରାଜୀ କୁଇଜ୍ ଅନୁଷ୍ଠିତ ହେବ। ବିଜେତା ଏବଂ ଫାଇନାଲିଷ୍ଟଙ୍କ ପାଇଁ ଆକର୍ଷଣୀୟ ଟ୍ରଫି, ଉପହାର ଏବଂ ପୁରସ୍କାର ରହିଛି , ଯେଉଁଥିରେ ଶ୍ରେଷ୍ଠ ବାଳିକା ଦଳ ପାଇଁ ଏକ ସ୍ୱତନ୍ତ୍ର ପୁରସ୍କାର ଅନ୍ତର୍ଭୁକ୍ତ ଅଛି - ଯାହା ପ୍ରିଲିମ୍ସରେ ସର୍ବାଧିକ ସ୍କୋର କରିଥିବା ବାଳିକା ଦଳଙ୍କୁ (ଯେଉଁ ଦଳରେ ୨ ଜଣ ବାଳିକା) ପ୍ରଦାନ କରାଯିବ। ଏହା ସହିତ ଉଭୟ ଗ୍ରାଣ୍ଡ ଫାଇନାଲ୍ ସମୟରେ ରହିଛି ଦର୍ଶକ ରାଉଣ୍ଡ ଯେଉଁଥିରେ ଦର୍ଶକ ମାନେ ଉଦ୍ଦିଷ୍ଟ ପ୍ରଶ୍ନର ଉତ୍ତର ଦେଇ ଆକର୍ଷଣୀୟ ପୁରସ୍କାର ପ୍ରାପ୍ତ କରିପାରିବେ। ପଞ୍ଜିକରଣର ଶେଷ ତାରିଖ: ସ୍କୁଲଗୁଡ଼ିକୁ ତା ଅଗଷ୍ଟ ୧୨, ୨୦୨୫ ରିଖ ସୁଦ୍ଧା ଦଳ ଏବଂ ସଂଯୋଜକଙ୍କ ବିବରଣୀ ପ୍ରଦାନ କରି ଅଂଶଗ୍ରହଣକୁ ସୁନିଶ୍ଚିତ କରିବାକୁ ପଡିବ। ବିଳମ୍ବରେ ଦିଆଯାଇଥିବା ପ୍ରବେଶଗୁଡ଼ିକର ବିଚାର ପାଇଁ ପୂର୍ବରୁ ସୂଚନା ଦେବାକୁ ଅନୁରୋଧ । ଉଲ୍ଲେଖଯୋଗ୍ୟ ଯେ, ଟିମ୍ ସାଇନାପ୍ସ ପୂର୍ବରୁ ୧୫୦ ରୁ ଅଧିକ ସ୍କୁଲ ଏବଂ କଲେଜ ସହିତ ଯୋଗାଯୋଗ କରିସାରିଛି, ଯାହା ସମଗ୍ର ଓଡ଼ିଶାରେ ଆଗ୍ରହ ସୃଷ୍ଟି କରିଛି। ଏହା ଶିକ୍ଷକ, ଅଭିଭାବକ ଓ ଛାତ୍ରଛାତ୍ରୀଙ୍କୁ ସମ୍ବାଦ ପ୍ରସାର କରିବା ସହ ଅଧିକ ସ୍କୁଲ ଓ ବ୍ୟକ୍ତିଙ୍କୁ ଏହି ଜ୍ଞାନର ଅନନ୍ୟ ଉତ୍ସବ ରେ ଅଂଶଗ୍ରହଣ କରିବା ନିମନ୍ତେ ଉତ୍ସାହିତ କରିବାକୁ ସବିନୟ ଅନୁରୋଧ କରୁଅଛି। ସାଇନାପ୍ସ ର ନବମ ସଂସ୍କରଣ କଟକରେ ଅନୁଷ୍ଠିତ ହେଉଥିବା ଏକ ଅନନ୍ୟ କୁଇଜ୍ ପ୍ରତିଯୋଗିତା- ଯାହା ଏହାର ସ୍ଵତନ୍ତ୍ର ଫର୍ମାଟ୍, ରୋମାଞ୍ଚକର ରାଉଣ୍ଡ ଏବଂ ଅଭିନବ ପ୍ରଶ୍ନ ଢାଞ୍ଚା ପାଇଁ ସ୍ୱତନ୍ତ୍ର ଅଟେ। ଗତ ୨ ବର୍ଷ ଧରି ଏହା ଯୁବ ପିଢ଼ିର ଜ୍ଞାନାତ୍ମକ ଦକ୍ଷତାକୁ ଆକାର ଦେବା ସହ ପ୍ରାୟ ୮୦ ଟି ଅନୁଷ୍ଠାନରୁ ୧୧୦୦ ରୁ ଅଧିକ ଅଂଶଗ୍ରହଣକାରୀଙ୍କ ସମାବେଶ ଦେଖିଆସୁଛି। ଏହା ପାରମ୍ପରିକ କୁଇଜ୍ ଠାରୁ ଭିନ୍ନ ଅଟେ, ଯାହା ଅଂଶଗ୍ରହଣକାରୀଙ୍କ ମଧ୍ୟରେ କୌତୁହଳ ତଥା ଅନୁସନ୍ଧାନର ଆଗ୍ରହ ସୃଷ୍ଟି କରିବା ଲକ୍ଷ୍ୟରେ ଅନୁପ୍ରାଣିତ। ପଞ୍ଜିକରଣ ଏବଂ ବିବରଣୀ ନିମନ୍ତେ ଯୋଗାଯୋଗ: ନିକିତା - ୬୩୭୦୧୨୧୭୪୪, ସତ୍ୟଜିତ୍-୯୧୨୪୯୬୧୬୧୦, ହ୍ୱାଟସଆପ୍,–ସତ୍ୟଜିତ୍-୯୧୨୪୯୬୧୬୧୦, www.instagram.com/oursynapse,ଇମେଲ୍–[This email address is being protected from spambots. You need JavaScript enabled to view it.] କ୍ୱିଜାର୍ଡ ଛାତ୍ରଛାତ୍ରୀ, ଶିକ୍ଷକ ଏବଂ ଅନୁଷ୍ଠାନଗୁଡ଼ିକୁ ଏହି ଜିଜ୍ଞାସା ଏବଂ ଉତ୍କର୍ଷତାର ଉତ୍ସବ ରେ ଯୋଗଦେବା ନିମନ୍ତେ ହାର୍ଦ୍ଦିକ ସ୍ବାଗତ କରୁଛି।
ଅଗଷ୍ଟ ୧୭ରେ କ୍ୱିଜାର୍ଡ ସାଇନାପ୍ସର ୯ମ ସଂସ୍କରଣ :ଛାତ୍ରଛାତ୍ରୀଙ୍କ ପାଇଁ ଏକ ଅଭିନ୍ନ କୁଇଜ୍ ଅନୁଭୂତିର ସୁଯୋଗ
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

