ଭୁବନେଶ୍ୱର: ସୃଷ୍ଟି ଏକାଡେମୀ ଅଫ ଗ୍ରାଜୁଏଟ ଷ୍ଟୁଡିକ୍ ଓଡିଶା ସରକାରଙ୍କର ଉଚ୍ଚଶିକ୍ଷା ବିଭାଗ ଦ୍ୱାରା ଅନୁମୋଦିତ ଏବଂ ଭତ୍କଳ ବିଶ୍ବ ବିଦ୍ୟାଳୟ ଦ୍ୱାରା ଅନୁବନ୍ଧିତ ଏକ ନୂତନ ଶିକ୍ଷାନୁଷ୍ଠାନ ଭାବରେ ଚଳିତ ଶିକ୍ଷା ବର୍ଷ ଠାରୁ ପାଠ୍ୟକ୍ରମର ଶୁଭାରମ୍ଭ କରାଯାଇଅଛି । ଏହି ଅବସରରେ ସୃଷ୍ଟି ଏକାଡେମୀ ଦ୍ୱାରା ବି.ବି.ଏ, ବି.ସି.ଏ, ବିକମ୍, ବିଏସି କମ୍ପ୍ୟୁଟର ସାଇନ୍ସ ଭଳି ଯୁଗୋପଯୋଗୀ ପାଠ୍ୟକ୍ରମର ଶୁଭାରମ୍ଭ କରାଯାଇଅଛି । ଏହି କାର୍ଯ୍ୟକ୍ରମରେ ରେଭେନ୍ସା ବିଶ୍ବବିଦ୍ୟାଳୟର ବାଣିଜ୍ୟ ବିଭାଗର ମୁଖ୍ୟ ପ୍ରଫେସର କିଶୋର କୁମାର ଦାଶ, ଉତ୍କଳ ବିଶ୍ୱବିଦ୍ୟାଳୟର MCA ବିଭାଗର ମୁଖ୍ୟ ପ୍ରଫେସର ପି.କେ. ବେହେରା ଏବଂ ଚାଟାର୍ଡ ଆକାଉଣ୍ଟାଟ୍ ଡକ୍ଟର ପୃଥ୍ବୀ ରଞ୍ଜନ ପାଢି ବିଶିଷ୍ଟ ଶିକ୍ଷାବିତ୍ ମାନେ ଯୋଗଦେଇଥିଲେ । ଏହି ଅବସରରେ ଜାତୀୟ ଶିକ୍ଷାନୀତି ; ୨୦୨୦ର ପ୍ରଫେସ୍ନାଲ ସ୍ନାତକ ପାଠ୍ୟକ୍ରମକୁ ୪ ବର୍ଷିଆ ପାଠ୍ୟକ୍ରମରେ ଯେଉଁ ପରିବର୍ତ୍ତନ କରାଯାଇଅଛି ଏବଂ ଏହାର କାର୍ଯ୍ୟକାରିତା ଉପରେ ଏକ ଆଲୋଚନା ଚକ୍ର ଆୟୋଯିତ ହୋଇଥିଲା । ଏହି ଆଲୋଚନା ଚକ୍ରର ମୁଖ୍ୟ ଉଦ୍ଦେଶ୍ୟ ହେଉଛି, ଯେଉଁମାନେ ୪ ବର୍ଷର ଡିଗ୍ରୀ ସମାପ୍ତ କରିବେ, ସେମାନଙ୍କ ପାଇଁ ଭବିଷ୍ୟତରେ ଉଚ୍ଚଶିକ୍ଷା ଏବଂ ଗବେଷଣାର ଗୁରୁତ୍ବ ଦିଆଯାଇଥାଏ, NEP-2020 ଅନୁଯାୟୀ ପ୍ରାଯୁକ୍ତିକ ଶିକ୍ଷାର ଗୁଣମାନ ଅନେକ ବିଷୟ ଉପରେ ନିର୍ଭର କରେ, କିନ୍ତୁ ମୁଖ୍ୟତଃ ଏହା ନିର୍ଭର କରେ ଶିଳ୍ପ ଉପଯୁକ୍ତ ପାଠ୍ୟକ୍ରମ, ଶିକ୍ଷା-ଶିକ୍ଷଣ ପକ୍ରିୟା, କାର୍ଯ୍ୟକାରୀ ଶିଳ୍ପ ଇଣ୍ଟର୍ନସିପ୍ ଏବଂ ଛାତ୍ରଛାତ୍ରୀ ମାନଙ୍କ ସନ୍ଥ ମୂଲ୍ୟାଙ୍କନ ଉପରେ ଆଲୋକପାତ କରାଯାଇଥିଲା । ଏହି ନୂତନ ପାଠ୍ୟକ୍ରମ ବର୍ତ୍ତମାନ ଏ.ଆଇ.ସି.ଟି.ଇ ପ୍ରଚଳିତ ମଡେଲ କରିକୁଲମ୍ ଦେଶର ସର୍ବୋତ୍ତମ ଶିକ୍ଷାନୁଷ୍ଠାନର ଡିନ୍ ପ୍ରଫେସର ଗଙ୍ଗାଧର ମିଶ୍ର ସ୍ବାଗତ ଭାଷଣ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ରାଜ୍ୟର ସରକାରୀ ଏବଂ ଘରୋଇ ଯୁକ୍ତ ଦୁଇ ଶିକ୍ଷାନୁଷ୍ଠାନର କଳା, ବାଣିଜ୍ୟ ଏବଂ ବିଜ୍ଞାନ ବିଭାଗର ଶିକ୍ଷକମାନେ ଅଂଶଗ୍ରହଣ କରିଥିଲେ ତଥା ବିଶିଷ୍ଟ ଶିକ୍ଷାବିତ୍ମାନେ ଯୋଗଦେଇ ସେମାନଙ୍କର ମତସାବ୍ୟସ୍ତ କରିଥିଲେ । ଆଜିର ଗନ୍ଧିଶୀଳ ଏବଂ ଦୃଢ ବଦଳୁଥିବା ବିଶ୍ବରେ ଏକ ଉପଯୁକ୍ତ ସ୍ନାତକ ଡିଗ୍ରୀ କୋର୍ସ ବାଛିବା ଭବିଷ୍ୟତର ସଫଳତା ପାଇଁ ବହୁତ ଆବଶ୍ୟକ ଅଟେ ବୋଲି ଅତିଥି ମାନେ ନିଜର ବକ୍ତବ୍ୟରେ ମତପୋଷଣ କରିଥିଲେ । ଶେଷରେ ଅନୁଷ୍ଠାନର ପ୍ରତିଷ୍ଠାତା ଇଁ ସରୋଜ କୁମାର ସାହୁ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିବା ସମସ୍ତ ଅତିଥ୍ ଶିକ୍ଷାବିତ୍ ଏବଂ ଗଣମାଧ୍ୟମର ପ୍ରତିନିଧି ମାନଙ୍କୁ ସମ୍ବୋଧିତ କରି ଅନୁଷ୍ଠାନର ଭବିଷ୍ୟତ କାର୍ଯ୍ୟକ୍ରମରେ ସ୍ନାତକ ଡିଗ୍ରୀର ସୁପରିଚଳନା ଉପରେ ଗୁରୁତ୍ୱାରୂପ କରିଥିଲେ । ଏବଂ ଆମ ରାଜ୍ୟର ପ୍ରତ୍ୟେକ ଛାତ୍ରଛାତ୍ରୀ ମାନଙ୍କର ବୌଦ୍ଧିକ ବିକାଶ ସହିତ ଦକ୍ଷତା ବିକାଶ ଏବଂ ସେମାନଙ୍କୁ ନିଯୁକ୍ତି କ୍ଷେତ୍ରରେ ସଫଳତା ହାସଲ କରିବା ଉପରେ ଅନୁଷ୍ଠାନ ପ୍ରତିଶୃତି ବଦ୍ଧ ଅଟେ । ପ୍ରଫେସର ସଜ୍ଜିତ ପଟ୍ଟନାୟକ, ପ୍ରଫେସର ନିର୍ମଳ ରାଉତରାୟ, ନିହାର ରଞ୍ଜନ ସ୍ବାଇଁ, ଧର୍ମ ରାଉତ, ଆଲୋକ ଜାଠି, ଏବଂ ବିଭାଗୀୟ ମୁଖ୍ୟ ପ୍ରଫେସର ପ୍ରଜ୍ଞା ପାରମିତା ଷଡଙ୍ଗୀ ଯୋଗ ଦେବା ସହ କାର୍ଯ୍ୟକ୍ରମ ପରିପ୍ପଳନା କରିବାରେ ସହଯୋଗ କରିଥିଲେ ।
ସୃଷ୍ଟି ଏକାଡେମୀ ଅଫ୍ ଗ୍ରାଜୁଏଟ ଷ୍ଟଡିଜ୍ ଦ୍ବାରା ନୂତନ ପାଠ୍ୟକ୍ରମର ଶୁଭାରମ୍ଭ ଏବଂ ଜାତୀୟ ଶିକ୍ଷା ନୀତି ; ୨୦୨୦ ର ସ୍ନାତକ ପାଠ୍ୟକ୍ରମ ଉପରେ ଆଲୋଚନା ଚକ୍ର
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

