ସହିଦନଗର ରେସିଡେନ୍ସିଆଲ ୱେଲଫେଆର ଫୋରମ ର ବୈଠକରେ ରାସ୍ତା ମରାମତି ଉପରେ ଗୁରୁତ୍ଵ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ବର: ଭୁବନେଶ୍ବର ସହିଦନଗର ରେସିଡେଣ୍ଟଆଲ ୱେଲଫେଆର 

 

 

 

ଫୋରମ ପକ୍ଷରୁ ସଦସ୍ୟ ମାନଙ୍କ ଉପସ୍ଥିତିରେ କରାଯାଇଥିବା ବୈଠକରେ ନିଆଯାଇଥିବା ନିଷ୍ପତି ଅନୁଯାଇ ସହିଦନଗର ର ରାସ୍ତା ଗୁଡିକ ଅତ୍ୟନ୍ତ ଖରାପ ହୋଇଯାଇଥିବାରୁ ଏହାର ମରାମତି ଓ ସୁରେଜ ଲାଇନ ରେ ହୋଇ ଥିବା ବଡ଼ ବଡ଼ ଗଛ ଗୁଡିକ ସଫା କରିବାକୁ ଶୀଘ୍ର ପଦକ୍ଷେପ ନେବାକୁ ମୁନିସିପାଲିଟି କତୃପକ୍ଷ ଙ୍କୁ ଦାବିପତ୍ର ପ୍ରଦାନ କରାଯାଇଅଛି। ରାସ୍ତା ଗୁଡିକ ବହୁତ ଖରାପ ହୋଇ ଥିବାରୁ ବରିଷ୍ଠ ନାଗରିକ ମାନେ ବହୁ ଅସୁବିଧା ର ସମ୍ମଖୀନ ହେଉଛନ୍ତି। ବିଜୁଳି ବିଭାଗ ର ଲାଇନ କଟିଗଲେ ବର୍ତ୍ତମାନ ସହିଦନଗର ବାସିନ୍ଦା ମାନେ ବହୁ ଅସୁବିଧା ର ସମ୍ମଖୀନ ହେଉଛନ୍ତି, ତାହା ମରାମତି ହେବା ପାଇଁ ବହୁ ସମୟ ଲାଗୁଛି,ଯାହାକୁ ମରାମତି ନିମନ୍ତେ ଅଭିଯୋଗ କଲେ ସେ ଜେଇ ଅଫିସ ରେ କହି ସାରିଛୁ କହୁଛନ୍ତି। ଜେଇ ଅଫିସ ରେ ଯାଇ ପଚାରିଲେ ଆମ ପାଖକୁ କିଛି ଖବର ଆସି ନାହିଁ, କେଉଁଠି ନା କେଉଁଠି ଭୁଲ ଅଛି, ଏହା ପ୍ରତି ତୁରନ୍ତ ଦୃଷ୍ଟି ଦେବାକୁ ଟାଟା କର୍ତ୍ତୃପକ୍ଷ ଙ୍କୁ ମଧ୍ୟ ଚିଠି ପ୍ରଦାନ କରାଯାଇଛି।

powered by social2s