ଭୁବନେଶ୍ୱର: ଭୁବନେଶ୍ୱରରେ ହେବ ଉଭୟ ବୁଲା ଓ ପୋଷା କୁକୁର ଗଣନା। ଏହି ସୂଚନା ଦେଲେ ଭୁବନେଶ୍ଵର ମହାନଗର ନିଗମ (ବି ଏମ୍ ସି) ମେୟର ସୁଲୋଚନା ଦାସ। କୁକୁରଙ୍କ କାନରେ ଟ୍ୟାଗ ଲଗାଯିବ, ବି ଏମ୍ ସି ପାଖରେ ସବୁ ତଥ୍ୟ ରହିବ ପୋଷା କୁକୁର ମାଲିକ କିଏ, ବୁଲା କୁକୁର କୁଆଡ଼େ ଯାଉଛନ୍ତି ସବୁ ତଥ୍ୟ ରଖାଯିବ। ବନ୍ଧ୍ୟାକରଣ ଓ ଭ୍ୟାକ୍ସିନ ହୋଇଛି କି ନାହିଁ ସମସ୍ତ ତଥ୍ୟ ରହିବ। ଏହା ଦ୍ୱାରା ସହର ସୁନ୍ଦର ରହିବ, କୁକୁର ସୁରକ୍ଷିତ ରହିବେ।
powered by social2s

