ଭୁବନେଶ୍ୱର: ଶ୍ରୀଜଗନ୍ନାଥ ପାଞ୍ଚରାତ୍ର ପ୍ରଚାର ସମିତି ପକ୍ଷରୁ ନୂତନ ଭାବେ ସ୍କନ୍ଦ ପୁରାଣ ପଠନ ଓ ଆଲୋଚନା କର୍ମଶାଳା ଭୁବନେଶ୍ୱରରେ ଥିବା ରାଧାବଲ୍ଲଭ ମଠ ରେ ଅନୁଷ୍ଠିତ ହୋଇଯାଇଛି । ପୂଜ୍ୟ ମହନ୍ତ ରାମକୃଷ୍ଣ ଦାସ ମହାରାଜ, ପୂଜ୍ୟ ବାବାଜୀ ସତ୍ୟାନନ୍ଦ ଦାସ, ସମ୍ପାଦକ ପ୍ରଭାକର ମଲ୍ଲିକ ଙ୍କ ମାର୍ଗ ଦର୍ଶନ ରେ ଜଗନ୍ନାଥ ପାଞ୍ଚରାତ୍ର ପ୍ରଚାର ସମିତି ତରଫରୁ ଏହି କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହା ପ୍ରତି ମାସ ର ପ୍ରଥମ ରବିବାର ସକାଳ ୧୧ଘଟିକା ରେ କରାଯିବାକୁ ନିଷ୍ପତି ଗ୍ରହଣ କରାଯାଇଛି। କର୍ମଶାଳା ରେ ପ୍ରଥମେ ଓମ ଉଚ୍ଚାରଣ, ତା ପରେ ଜଗନ୍ନାଥ ଜଗନ୍ନାଥ ଜଗନ୍ନାଥ ପାହିମାମ.. ତା ପରେ ନୀଳାଦ୍ରୋ ଶଙ୍ଖ ମଦ୍ଧେ ଶତଦଳ...ଜଗନ୍ନାଥ ଅଷ୍ଟକମ, ପୁରାତନ ପାରମ୍ପରିକ ଭଜନ କରାଯିବ। ପରେ ପରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଙ୍କ ସ୍କନ୍ଦ ପୁରାଣ ଶ୍ରୀ ପୁରୁଷୋତ୍ତମ ଖଣ୍ଡ ର ଏକ ଅଧ୍ୟାୟ ପଢ଼ାଯାଇ ଆଲୋଚନା କରାଯିବ। ଶେଷରେ ଗୀତ ଗୋବିନ୍ଦ ଭଜନ ଶ୍ରୀତ କମଳ... ବୋଲାଯାଇ ସଭା ସମାପ୍ତି କରାଯିବ। ଆଜିର ଏହି ପ୍ରଭୁ ଶ୍ରୀଜଗନ୍ନାଥ ଙ୍କ କାର୍ଯ୍ୟକ୍ରମ ନିରଞ୍ଜନ ଦାଶ ବୈକୁଣ୍ଠ ମହାପାତ୍ର, ରାଧାବଲ୍ଲଭ ସିଂ, ଡ ନାରାୟଣ ମହାପାତ୍ର, ପୁଷ୍ପାଞ୍ଜଳି ପାତ୍ର, ତନ୍ମୟ ସାହୁ, ସୁରେଶ ମିଶ୍ର, ତ୍ରିଲୋଚନ ନାୟକ, ବଂଶୀଧର ନାୟକ, ଭାରତୀ ଭୂଷଣ ପଟ୍ଟନାୟକ,, ଶ୍ରୀନିବାସ ପ୍ରମୁଖ ଯୋଗ ଦେଇଥିଲେ।
ଶ୍ରୀଜଗନ୍ନାଥ ପାଞ୍ଚରାତ୍ର ପ୍ରଚାର ସମିତି ପକ୍ଷରୁ ନୂତନ ଭାବେ ସ୍କନ୍ଦ ପୁରାଣ ପଠନ ଓ ଆଲୋଚନା କର୍ମଶାଳା ଅନୁଷ୍ଠିତ
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

