ଭୁବନେଶ୍ବର: ଟୀକା ନେଲେ ବି କରୋନା ହେବାର ସମ୍ଭାବନା ରହୁଛି ବୋଲି କହିଛନ୍ତି ଓଡ଼ିଶା ସ୍ବାସ୍ଥ୍ୟ ନିର୍ଦେଶକ ବିଜୟ ପାଣିଗ୍ରାହୀ। ସେ କହିବା ଅନୁଯାୟୀ ରୋଗୀଙ୍କୁ ସେରିଏସନେସରୁ ରୋକିବାରେ ସହାୟକ ହେବ ଟୀକା। ରାଜ୍ୟରେ ଟୀକା ଅଭାବ ଯୋଗୁଁ କୋରାପୁଟ ଓ ସୋନପୁର ରେ ଟୀକାକରଣ କଲି ବନ୍ଦ ରହିଥିଲା। ବର୍ତ୍ତମାନ ସୁଦ୍ଧା ୩.୨ ଲକ୍ଷ Covishield ଓ ୧ ଲକ୍ଷ Covaxin ଟୀକା ରହିଛି। ଯେତିକି ମହଜୁଦ ଅଛି ଆଜି ସବୁ କେନ୍ଦ୍ରରେ ଟୀକା ଦିଆଯିବ। ଖୁବ ଶୀଘ୍ର ରାଜ୍ୟକୁ ଟୀକା ଆସିଯିବ ବୋଲି ସରକାର ଆଶା କରୁଛନ୍ତି ବୋଲି ପାଣିଗ୍ରାହୀ କହିଛନ୍ତି।
powered by social2s

