ଶ୍ରୀଜଗନ୍ନାଥ ପାଞ୍ଚ ରାତ୍ର ମହୋତ୍ସବ ସୁଚାର ରୂପେ ସମାହିତ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

ଭୁନେଶ୍ବର: ଶ୍ରୀ ଜଗନ୍ନାଥ ସଂସ୍କୃତି ପରିଷଦ ଓ ଶ୍ରୀଜନ୍ନାଥଙ୍କ ପାଞ୍ଚ ରାତ୍ର ମହୋତ୍ସବ କମିଟିର ମିଳିତ ସହଯୋଗରେ ଚକେଇଶିହାଣି, ସମେଇଗାଡିଆ, ମଧ୍ୟ, ଭୁନେଶ୍ବରସ୍ଥିତ ଶ୍ରୀଲକ୍ଷ୍ମନାରାୟଣ ମନ୍ଦିରରେ ହେଉଥିବା ଶ୍ରୀଜଗନ୍ନାଥ ପାଞ୍ଚ ରାତ୍ର ଶେଷ ହୋଇଛି। 

 

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କୃପାରୁ ବହୁତ ସୁନ୍ଦର ଭାବେ କାର୍ଯ୍ୟକ୍ରମ ହେଉଅଛି। ଶେଷ ପର୍ଯ୍ୟାୟ କାର୍ଯ୍ କ୍ରମରେ ପ୍ରତିଷ୍ଠାତା ସଭାପତି ଶ୍ରୀ ଗୋପୀନାଥ ମହାନ୍ତି, ଶ୍ରୀ ହରିହରକାନୁନଗୋ,ସମ୍ପାଦକ ଶ୍ରୀ ନାରାୟଣ ମହାପାତ୍ର, ଶ୍ରୀ ପରଶୁରାମ ପତି, ଶ୍ରୀ କଲ୍ୟାଣ ପତି ଯୋଗ ଦେଇଥିଲେ। ଭଜନ ଓ ସଙ୍କୀର୍ତ୍ତନ କାର୍ଯକ୍ରମକୁ ଶ୍ରୀ ପ୍ରଶାନ୍ତ ବେହେରା, ବିପିନ ବିହାରୀ ସ୍ୱାଇଁ, ତ୍ରିଲୋଚନ ନାୟକ ପରିଚାଳନା କରିଥିଲେ।

 

କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲା ଶ୍ରୀଜଗନ୍ନାଥଙ୍କ ସଙ୍କୀର୍ତ୍ତନ । ତତ୍ ପରେ ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟଙ୍କ ଦ୍ଵାରା ସ୍କନ୍ଦ ପୁରାଣରେ ବର୍ଣ୍ଣିତ ଶ୍ରୀ ଜଗନ୍ନାଥଙ୍କ ବିଷୟରେ ପ୍ରବଚନ କାର୍ଯ୍ୟକ୍ରମ କରାଯାଇ ଥିଲା। ପରେ ପରେ ଶ୍ରୀଜଗନ୍ନାଥଙ୍କ ଆଳତି କରାଯାଇ ପ୍ରସାଦ ସେବନ କର୍ୟ୍ଯକ୍ରମ କରାଯାଇଥିଲା । ଏହି ଭବ୍ୟ କାର୍ଯ୍ୟରେ ଶ୍ରୀ ବାବାଜୀ ବିଶ୍ଵାଳ, ଶ୍ରୀ ଲଲିତ ମୋହନ ପଣ୍ଡା, ଶ୍ରୀନିବାସ ରାଓ, ଶରତ ବଳ, ପୂର୍ଣ୍ଣଚନ୍ଦ୍ର ରଥ, ଶରତ ଦାସ, ମଳୟ ଜେନା, ପ୍ରତିମା ପଣ୍ଡା, ମଧୁସ୍ମିତା ବିଶ୍ଵାଳ, ତନୁଶ୍ରୀ ଜେନା ରାମଚନ୍ଦ୍ର ପାଢ଼ୀ,କୃଷ୍ଚ ଚନ୍ଦ୍ର ଦାସ, ମନୋଜ ନାୟକ, ଚକ୍ରଧର ତ୍ରୀପାଠି, ଗୌରହରି ନାୟକ ଓ ବହୁ ଭକ୍ତ ଯୋଗଦେଇଥିଲେ। 

 

powered by social2s