ପ୍ୟାସନ କ୍ଲବ ର ୨୦ତମ ବାର୍ଷିକୀ ଅବସରରେ ପୂଜା କରାଯାଇଛି ୨୦ ଫୁଟ ଉଚ୍ଚତା ର ଗଣେଶ ମୂର୍ତ୍ତି

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ପ୍ୟାସନ କ୍ଲବ, ୟୁନିଟ ୪, ଭୁବନେଶ୍ୱର ର ୨୦ତମ ବାର୍ଷିକୀ ଅବସରରେ ୨୦ ଫୁଟ ଉଚ୍ଚତା ର ଗଣେଶ ମୂର୍ତ୍ତି କରାଯାଇ ପୂଜା କରାଯାଇଛି ।ଏହି କ୍ଲବ ଭୁବନେଶ୍ୱର ରେ ଏକ ପ୍ରମୁଖ ଅନୁଷ୍ଠାନ,ପ୍ରଥମେ ଆଜି ସନ୍ଧ୍ୟାରେ ଆମ ଗୌରବ ଓ ପରମ୍ପରା କୁ ନେଇ ଜୟଦେବ ଙ୍କ ଗୀତ ଗୋବିନ୍ଦ ଭଜନ ଓ ନୃତ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଆ ଭାଷାରେ ଗଣେଶ ବନ୍ଦନା ପ୍ରଥମେ ମହାଭାରତ ରେ ଶାରଳା ଦାସ ଙ୍କ ଦ୍ୱାରା ଆରମ୍ଭ ହୋଇଥିଲା। ଆଜି ଆଦିଶକ୍ତି ଟ୍ରଷ୍ଟ ପକ୍ଷରୁ ଡ଼ ନାରାୟଣ ମହାପାତ୍ର ଙ୍କ ସଂଯୋଜନା ରେ କ୍ଲବ ପରିସରରେ ପ୍ରସିଦ୍ଧ କଳାକାର ମାନେ ନୃତ୍ୟ ଓ ଭଜନ ପରିବେଷଣ କରିଥିଲେ। ଆଜି ର ସନ୍ଧ୍ୟା ରେ ଅତି ଭଲ ପାଗ ପ୍ରଭୁ ଗଣେଶ ଙ୍କ ପ୍ରଚାର ଓ ପ୍ରସାର ପାଇଁ ହୋଇଥିଲା। ସନ୍ଧ୍ୟା ରେ ବହୁତ ଭକ୍ତ ଙ୍କ ସମାଗମ ହୋଇଥିଲା। ସମସ୍ତେ ଶୁଖିଲା ପ୍ରସାଦ ଖାଇବା ସହ ବହୁତ ଭକ୍ତ ଅର୍ନ ପ୍ରସାଦ ଗ୍ରହଣ କରିଥିଲେ। ଆଜି ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରଚାର ସଂସ୍ଥାନ ପକ୍ଷରୁ ଭଜନ ଓ ନୃତ୍ୟ କାର୍ଯ୍ୟକ୍ରମ ପରିବେଷଣ ରେ ପ୍ରଥମେ ଅନନ୍ୟା ସାମନ୍ତରାୟ ତିତିକ୍ଷା ଦାସ, ତ୍ରିଷିକା ବେହେରା ନୃତ୍ୟ ପରିବେଷଣ କରିଥିଲେ। ପ୍ରସିଦ୍ଧ ଗୀତ ଗୋବିନ୍ଦ ଗାୟକ ସର୍ବେଶ୍ୱର ବୈଠାରୁ ଓ ଅଭା ଶତରୁପା ଙ୍କୁ ଶ୍ରୀ ଜଗନ୍ନାଥ ସଂସ୍କୃତି କୁ ରକ୍ଷା ପାଇଁ ସର୍ବଦା ଚେଷ୍ଟା କରୁଥିବାରୁ ଶ୍ରୀଜଗନ୍ନାଥ ସଂସ୍କୃତି ରକ୍ଷକ ସଂମ୍ମାନ ରେ ସମ୍ବର୍ଦ୍ଧିତ କରାଯାଇଥିଲା। ପରେ ପରେ ପ୍ରସିଦ୍ଧ କଳାକାର ଭାରତୀ ଭୂଷଣ ପଟ୍ଟନାୟକ, ଅନାମିକା ସ୍ୱାଇଁ ପଟ୍ଟନାୟକ, ସ୍ବର୍ଣ୍ଣଲତା ପାଣି, ପୁଣ୍ୟାଶା ପାଣି, ଦିବ୍ୟ ଦର୍ଶନ ବକ୍ସି ଓ କେ ଲଷ୍ମୀନାରାୟଣ ପ୍ରମୁଖ ଅତି ସୁନ୍ଦର ପୁରାତନ ଓ ପାରମ୍ପରିକ ଜୟଦେବ ଙ୍କ ଗୀତ ଗୋବିନ୍ଦ ଭଜନ ଗାଈ ପରିବେଶ କୁ ଭାବ ଓ ଭକ୍ତିମୟ କରିଥିଲେ। କ୍ଲବ ପରିସରରେ ମିନା ବଜ଼ାର ଓ ଚଟ ପଟି ଖାଦ୍ୟ ର ଷ୍ଟଲ ରେ ଲୋକର ଭିଡ଼ ଦେଖିବାକୁ ମିଳିଥିଲା। ଏହି କାର୍ଯ୍ୟକ୍ରମ ରେ ସଦସ୍ୟ ଅକ୍ଷୟ ସାହୁ ଶ୍ରୀନିବାସ ରାଓ ତ୍ରିଲୋଚନ ନାୟକ, ବିଜୟ ପଣ୍ଡା, ବଂଶୀଧର ନାୟକ, ତନ୍ମୟ ସାହୁ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।

powered by social2s