ଆଜିଠାରୁ ୧୪ ଦିନ ମାସ୍କ ଅଭିଯାନ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

 

ଭୁବନେଶ୍ବର: ଆଜିଠାରୁ ୧୪ ଦିନ ମାସ୍କ ଅଭିଯାନ ଆରମ୍ଭ କରିବାକୁ ଘୋଷଣା କଲେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ରାଜ୍ୟବାସୀଙ୍କୁ ସମ୍ବୋଧନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମାସ୍କ ପିନ୍ଧିଲେ ବିନା ଲକଡାଉନରେ ଆମେ କରନା କୁ ଜିତିପାରିବା। ମା ମାନଙ୍କୁ ଅନୁରୋଧ ସେମାନେ ଘର ଜଗନ୍ତୁ, ସରକାର ବାହାରେ ଜଗିଛନ୍ତି। ପିଲାମାନେ କିଭଳି ମାସ୍କ ପିନ୍ଧିବେ ମା ମାନେ ଧ୍ୟାନ ଦିଅଁନ୍ତୁ। ଆଜିଠାରୁ ସମସ୍ତେ ମାସ୍କ ପିନ୍ଧିବାକୁ ସେ ଜନସାଧାରଣଙ୍କୁ ଅପିଲ କରିଛନ୍ତି। କୋଭିଡର ଦ୍ୱିତୀୟ ଲହର ଖୁବଶୀଘ୍ର ବ୍ୟାପୁଛି। ଏଇ ପରିସ୍ଥିତିରେ ମାସ୍କ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କବଚ। ମାସ୍କ ଠିକରେ ନପିନ୍ଧିଲେ ଜୋରିମାନା ଆଦାୟ କରାଯିବ। ମାସ୍କ ନପିନ୍ଧିଲେ ଦୁଇଗୁଣା ଜୋରିମାନା ଆଦାୟ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

powered by social2s