ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ଭୁବନେଶ୍ୱରରେ ଜାତୀୟ ଶିକ୍ଷା, ଅନୁସନ୍ଧାନ ଓ ପ୍ରଶିକ୍ଷଣ ପରିଷଦର ୬୫ତମ ପ୍ରତିଷ୍ଠା ଦିବସ ପାଳନ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ବର : ଜାତୀୟ ଶିକ୍ଷା, ଅନୁସନ୍ଧାନ ଓ ପ୍ରଶିକ୍ଷଣ ପରିଷଦର (NCERT) ୬୫ତମ ପ୍ରତିଷ୍ଠା ଦିବସ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ଭୁବନେଶ୍ୱରରେ ଆଭାସି ମାଧ୍ୟମରେ ପାଳିତ ହୋଇଛି। ମୁଖ୍ୟ ଅତିଥି ଭାବରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ, ଜାତୀୟ ଶିକ୍ଷା ,ଅନୁସନ୍ଧାନ ଓ ପ୍ରଶିକ୍ଷଣ ପରିଷଦର ଦିଲ୍ଲୀସ୍ଥିତ ପ୍ରତିଷ୍ଠାନରେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ, ଯାହାର ସିଧାପ୍ରସାରଣ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ଭୁବନେଶ୍ୱରର ନୁତନ ସଭାଗୃହରେ ହୋଇଥିଲା। ପ୍ରତିଷ୍ଠାନର ଅଧ୍ୟକ୍ଷା ପ୍ରଫେସର୍ ମାନସୀ ଗୋସ୍ବାମୀଙ୍କ ସଭାପତିତ୍ବରେ ଓ ପ୍ରଫେସର୍ ରମାକାନ୍ତ ମହାଲିକ୍ ଙ୍କ ତତ୍ତ୍ଵାବଧନରେ ଉକ୍ତ କାର୍ଯ୍ୟକ୍ରମରେ ncert ର ପୁର୍ବତନ ନିର୍ଦ୍ଦେଶକ ପ୍ରଫେସର୍ ହୃଷିକେଶ ସେନାପତି,ସମସ୍ତ ବିଭାଗର ବିଭାଗୀୟ ମୁଖ୍ୟ,ସମସ୍ତ ପ୍ରଫେସର୍, ଅଣ ଶିକ୍ଷକ କର୍ମଚାରୀ, ଛାତ୍ର ଛାତ୍ରୀ, ଗବେଷକ ଓ ପ୍ରତିଷ୍ଠାନ ସହ ଜଡ଼ିତ ସମସ୍ତ ସଦସ୍ୟ ଯୋଗଦେଇଥିଲେ। ଦିଲ୍ଲୀସ୍ଥିତ ଜାତୀୟ ଶିକ୍ଷା, ଅନୁସନ୍ଧାନ ଓ ପ୍ରଶିକ୍ଷଣ ପରିଷଦ କାର୍ଯ୍ୟକ୍ରମରେ ,ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନର ଓ D.M School ର ଛାତ୍ର ଛାତ୍ରୀ ଅଂଶଗ୍ରହଣ କରି ସେଠାରେ ଜାତୀୟ ଏକତା ବୋଧକ ସଙ୍ଗୀତ ଓ ନୁତନ ଶିକ୍ଷାନୀତି ପାଠ୍ୟକ୍ରମ ଆଧାରିତ ଏକ ଲଘୁ ନାଟିକା ପରିବେଷଣ କରିଥିଲେ ଯାହା ଅତ୍ୟନ୍ତ ହୃଦୟସ୍ପର୍ଶୀ ଓ ତଥ୍ୟଭିତ୍ତିକ ରହିଥିଲା। କାର୍ଯକ୍ରମରେ ନୁତନ ଶିକ୍ଷା ପାଠ୍ୟକ୍ରମ ଆଧାରିତ ଆପ୍ ଓ ପୁସ୍ତକମାନ ଉନ୍ମୋଚନ ହୋଇଯାଇଛି ଏହି କ୍ରମରେ ଓଡ଼ିଆ ପୁସ୍ତକ "ଉତ୍କଳ ଜନନୀଙ୍କ ସୁଯୋଗ୍ୟ ସନ୍ତାନ " ପୁସ୍ତକ ମଧ୍ୟ ମାନନୀୟ ଶିକ୍ଷାମନ୍ତ୍ରୀଙ୍କ ଦ୍ଵାରା ଉନ୍ମୋଚିତ ହୋଇଛି।

powered by social2s