ଦାବି ପୂରଣ ନହେଲେ ଛୁଟିରେ ଯିବେ ଉତ୍କଳ ପର୍ଯ୍ୟଟନ ନିଗମ କର୍ମଚାରୀ ସଂଘ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଉତ୍କଳ ପର୍ଯ୍ୟଟନ ନିଗମ କର୍ମଚାରୀ ସଂଘର ଏକ ବରାଦି ବୈଠକ ଅନୁଷ୍ଠିତ ହୋଇଯାଇଛି। ସଂଘର ସଭାପତି ବରିଷ୍ଠ ଆଇନଜୀବୀ ତଥା ବିଶିଷ୍ଟ ଶ୍ରମିକ ନେତା ଶ୍ରୀଯୁକ୍ତ ଶିବାନନ୍ଦ ରାୟ ସଭାରେ ସଭାପତିତ୍ୱ କରିଥିଲେ । କାର୍ଯ୍ୟକାରୀ ସଭାପତି ଶ୍ରୀଯୁକ୍ତ ବେଣୁଧର ପାତ୍ର ସଭାରେ ଉପସ୍ଥିତ ଥିଲେ । ପ୍ରତ୍ୟେକ ୟୁନିଟ୍ ର ସଦସ୍ୟମାନେ ସଭାରେ ଯୋଗ ଦେଇଥିଲେ । ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ କର୍ମଚାରୀ ସଂଘର କେତେକ ଦାବି ଉପରେ ଆଲୋଚନା କରାଯାଇଥିଲା । ଦେଢ଼ ମାସ ପୂର୍ବେ କର୍ତ୍ତୃପକ୍ଷଙ୍କୁ ଲିଖିତ ଭାବରେ ଦାବି ଗୁଡ଼ିଳ ଜଣାଇ ଦିଆଯାଇ ସଂଘର କର୍ମକର୍ତାମାନଙ୍କ ସହ ଆଲୋଚନା ପାଇଁ ଅନୁରୋଧ କରାଯାଇଥିଲା। ଉତ୍କଳ ପର୍ଯ୍ୟଟନ ନିଗମ କର୍ମଚାରୀ ସଂଘ ମାନ୍ୟତା ପ୍ରାପ୍ତ ସଂଘ ଅଟେ। ଶ୍ରମ ଆଇନ ଅନୁସାରେ ଗୁପ୍ତ ଭୋଟ ଜରିଆରେ ନିର୍ବାଚନ କରାଯାଇ, କର୍ମଚାରୀ ସଂଘକୁ ଆପୋଷ ସମାଧାନ ପାଇଁ ବର୍ତ୍ତୃପକ୍ଷଙ୍କ ସହ ଆଲୋଚନା ପାଇଁ ମାନ୍ୟତା ପ୍ରଦାନ କରାଯାଇଥିଲା । ସେହି ସଂଘର କ୍ଷମତା ଓ ଦାୟିତ୍ଵ ପରିଚାଳକ ପାଇଁ ଶ୍ରମ ଆଇନ୍‌ରେ ପ୍ରତିପାଦିତ କରାଯାଇଛି । ବଡ଼ ଦୁଃଖ ଓ ପରିତାପର ବିଷୟ ଯେ କର୍ତ୍ତୃପକ୍ଷଙ୍କୁ ପ୍ରଥମେ ୧୫ ଦିନ, ତା'ପରେ ୩୦ ଦିନ ସମୟ ଦେବା ସତ୍ତ୍ୱେ କର୍ତ୍ତୃପକ୍ଷ ଆଲୋଚନା କଲେ ନାହିଁ । ସଂଘର କାର୍ଯ୍ୟକାରୀ ସଭାପତି ଶ୍ରୀଯୁକ୍ତ ବେଣୁଧର ପାତ୍ର କହିଛନ୍ତି ଯେ ମାତ୍ର ଦାବି ଗୁଡ଼ିକ ପୂରଣ ଦିଗରେ ଆଲୋଚନା ପାଇଁ କୌଣସି ପଦକ୍ଷେପ ନିଆଯାଇନାହିଁ। ଆଜିର ବରାଦି ବୈଠକରେ ଆଗାମୀ କାର୍ଯ୍ୟକ୍ରମମାନ ଲିରିକୃତ ହୋଇ ସଭ୍ୟମାନଙ୍କ ସମ୍ମତି କ୍ରମେ ଗୃହୀତ କରାଗଲା । ଆସନ୍ତା ୧୫ ଦିନ ସମସ୍ତ କର୍ମଚାରୀ ଏହାର ପ୍ରତିବାଦ କରି କଳା ବ୍ୟାଚ ପିନ୍ଧିବେ । ୧୫ ଦିନ ମଧ୍ୟରେ ଆଶୁ ପ୍ରତିକାର ନ କରାଗଲେ ସମସ୍ତ କର୍ମଚାରୀ ଛୁଟି ରେ ରହିବା ପାଇଁ ସ୍ଥିର କରାଯାଇଛି । ଏହା ଦ୍ବାରା ପର୍ଯ୍ୟଟନ ନିଗମ ର ଯାହା କ୍ଷତି ହେବ ମେନେଜମେଟ ଦାୟୀ ରହିବ ବୋଲି ସଂଘ ପକ୍ଷରୁ ପ୍ରକାଶ କରଯାଇଛି।

powered by social2s