କୃଷି ଉତ୍ପାଦନ କ୍ଷେତ୍ରରେ ଲାଭ ପାଇବେ ଚାଷୀ: ଓଡ଼ିଶା ମୁଖ୍ୟମନ୍ତ୍ରୀ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଦିଲ୍ଲୀରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଯେ, କାଲି ଦିଲ୍ଲୀରେ ୫୬ତମ GST ପରିଷଦ ବୈଠକ ହୋଇଛି। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ବୈଠକ ହୋଇଥିଲା। ସାଢ଼େ ୧୦ ଘଣ୍ଟା ଧରି GST ସଂସ୍କାର ଉପରେ ଆଲୋଚନା ହୋଇଥିଲା। ପ୍ରଧାନମନ୍ତ୍ରୀଙ୍କ ବିକଶିତ ଭାରତର ସଂକଳ୍ପର ପୂରଣ କରିବାକୁ ପ୍ରୟାସ ଜାରି ରହିଛି। ପ୍ରଧାନମନ୍ତ୍ରୀଙ୍କ ଦିଗ୍‌ଦର୍ଶନରେ ବଡ଼ ଆର୍ଥିକ ସଂସ୍କାର କରାଯାଇଛି।

 

GST ଉପରେ ଗୁରୁତ୍ୱପୂର୍ଣ୍ଣ ଫୈସଲା ନିଆଯାଇଛି। ଓଡ଼ିଶାର କେନ୍ଦୁପତ୍ର ଚାଷୀଙ୍କ ପାଇଁ ଭଲ ଖବର। କେନ୍ଦୁପତ୍ର ଉପରେ ୫% GST ଲାଗୁ ହେବ, ପୂର୍ବରୁ ୧୮% ଥିଲା କେନ୍ଦୁପତ୍ର ଚାଷୀ ଉପକୃତ ହେବେ।

ତୋଳାଳିଙ୍କ ଆୟ ବୃଦ୍ଧି ପାଇବ। ବିଭିନ୍ନ କୃଷିଜାତ ସାମଗ୍ରୀ ଉପରୁ GST ହ୍ରାସ କରାଯାଇଛି। କୃଷି ଉତ୍ପାଦନ କ୍ଷେତ୍ରରେ ଲାଭ ପାଇବେ ଚାଷୀ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

powered by social2s