କୋରାପୁଟ : କୋରାପୁଟ ଜିଲ୍ଲାର ପ୍ରତିଷ୍ଠିତ ନର୍ସିଙ୍ଗ କଲେଜ ଶୈଳବାଳା କଲେଜ ଅଫ୍ ନର୍ସିଙ୍ଗ ଏବଂ ମେଡିକାଲ ସାଇନସରେ ପବିତ୍ରତମ ଗୁରୁ ଦିବସ ଆନନ୍ଦ ଉତ୍ସବର ସହ ପାଳିତ ହୋଇଯାଇଅଛି l ଏଇ କାର୍ଯ୍ୟକ୍ରମର ଛାତ୍ରଛାତ୍ରୀମାନେ ସର୍ବପ୍ରଥମେ ଅଧ୍ୟାପକ ଏବଂ ଅଧ୍ୟାପିକାଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରିବା ସହ ଗୁରୁବନ୍ଦନା ଗାନ କରି ସ୍ବାଗତଂ ସଂଗୀତ ଗାନ କରିଥିଲେ ଏବଂ ବିଭିନ୍ନ ଛାତ୍ରଛାତ୍ରୀ ନିଜ ବକ୍ତବ୍ୟରେ ଗୁରୁଦିବସରର ତାତ୍ପର୍ଯ୍ୟ ବକ୍ତୃତା ମାଧ୍ୟମରେ ପ୍ରଦାନ କରିଥିବା ସହ ଅଧ୍ୟାପକ ଏବଂ ଅଧ୍ୟାପିକାମାନେ ମଧ୍ୟ ଗୁରୁଦିବସ ପାଳନର ସାରମର୍ମ ବର୍ଣ୍ଣନା କରିଥିବା ଦେଖିବାକୁ ମିଳିଥିଲା l ଏହି ଉତ୍ସବରେ କଲେଜର ଅଧ୍ୟକ୍ଷା ମିସ୍ ଲଳିତାଙ୍କ ସହ, ଇଂରାଜୀ ଅଧ୍ୟାପକ ତ୍ରିନାଥ ପଟ୍ଟନାୟକ,ଅଧ୍ୟାପିକା ନିତୁ ବିଷୋୟୀଙ୍କ ସହ ଅନ୍ୟାନ୍ୟ ଅଧ୍ୟାପକ ଏବଂ ଅଧ୍ୟାପିକା ଯୋଗ ଦେଇ ଉତ୍ସବକୁ ସରଗରମ୍ କରିଥିବା ଦେଖିବାକୁ ମିଳିଅଛି l ଏଇ ଉତ୍ସବରେ ଅଧ୍ୟକ୍ଷା ମିସ୍ ଲଳିତା ଛାତ୍ରଛାତ୍ରୀଙ୍କୁ ସମୟାନୁବର୍ତ୍ତୀତା ଏବଂ ଶୃଙ୍ଖଳାଗତ ଜ୍ଞାନ ପ୍ରଦାନ କରିଥିବା ସହ ଇଂରାଜୀ ଅଧ୍ୟାପକ ତ୍ରିନାଥ ପଟ୍ଟନାୟକ ଛାତ୍ରଛାତ୍ରୀଙ୍କୁ ଦେଶର ଦ୍ଵିତୀୟ ରାଷ୍ଟ୍ରପତି ତଥା ମହାନ୍ ଦାର୍ଶନିକ ଡ଼. ସର୍ବପଲ୍ଲୀ ରାଧାକ୍ରୀଷ୍ଣନଙ୍କ ଜନ୍ମଦିବସକୁ ଗୁରୁଦିବସ ପାଳନ କରାଯାଉଥିବା ନିଜ ବକ୍ତବ୍ୟ ରଖିଥିବାବେଳେ ଡ଼. ରାଧାକ୍ରିଷ୍ଣନଙ୍କ ତ୍ୟାଗ, ନିଷ୍ଠା ଏବଂ ଆଦର୍ଶକୁ ଅନୁସରଣ କରିବାକୁ ପିଲାଙ୍କୁ ପରାମର୍ଶ ପ୍ରଦାନ କରିଥିବା ଦେଖିବାକୁ ମିଳିଅଛି l
ଶୈଳବାଳା କଲେଜ ଅଫ୍ ନର୍ସିଙ୍ଗ ଏବଂ ମେଡିକାଲ ସାଇନସରେ ଗୁରୁ ଦିବସ ଆନନ୍ଦ ଉତ୍ସବର ସହ ପାଳିତ
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

