ଭୁବନେଶ୍ୱର: ରାଜ୍ୟରେ ବଢୁଥିବା କରୋନା ସ୍ଥିତିକୁ ଦେଖି ସରକାର ଏପ୍ରିଲ ୩୦ ଯାଏ ନବମ ଶ୍ରେଣୀ ପିଲାଙ୍କୁ ଛୁଟି ଦେଇଛନ୍ତି। ସ୍କୁଲ ଖୋଲିବା ପରେ ବାର୍ଷିକ ପରୀକ୍ଷା ହେବ କି ନାହିଁ ସେ ନେଇ ନିଷ୍ପତ୍ତି ନିଆଯିବ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଛନ୍ତି। ଆଜି ସାମ୍ବାଦିକ ମାନଙ୍କ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ ସମୀର ଦାଶ କହିଛନ୍ତି ଯେ, ନବମ ଶ୍ରେଣୀ ପିଲାଙ୍କ ପାଠପଢା ଆଉ ଅଳ୍ପ ବାକି ଅଛି। ଏପ୍ରିଲ ୩୦ ପରେ ସ୍ତିତିକୁ ଦେଖି ବାର୍ଷିକ ପରୀକ୍ଷା ପାଇଁ ନିଷ୍ପତ୍ତି ନିଆଯିବ। ତେବେ ପିଲାମାନେ ବାର୍ଷିକ ପରୀକ୍ଷା ଦବା ପାଇଁ ସରକାର ଚାହୁଁଛନ୍ତି ବୋଲି ସେ ଜଣାଇଛନ୍ତି।
powered by social2s

