ଭୁବନେଶ୍ୱର: ଆଜିଠୁ ଆରମ୍ଭ ହେଲା ନବରାତ୍ରି ପୂଜା। ଆଶ୍ୱିନ ମାସ ଶୁକ୍ଳ ପକ୍ଷ ପ୍ରତିପଦା ତିଥିରୁ ଆରମ୍ଭ ହୋଇ ଦଶମୀ ତିଥିରେ ସମାପ୍ତ ହେବ। ଏହି ୯ ଦିନରେ ପ୍ରତ୍ୟେକ ଦିନ ଦେବୀ ଦୂର୍ଗତିନାଶିନୀଙ୍କ ଏକ ନିର୍ଦ୍ଧାରିତ ରୂପକୁ ପୂଜା କରାଯାଇଥାଏ। ଆଜି କଟକ ଚଣ୍ଡୀଙ୍କ ହରଚଣ୍ଡୀ ବେଶ ରହିଛି। ନବରାତ୍ରୀ ଅବସରରେ ଜଗତସିଂପୁର ମା ଶାରଳାଙ୍କ ପୀଠରେ ସ୍ବତନ୍ତ୍ର ନୀତି କରାଯାଉଛି। ମାଙ୍କୁ ଦର୍ଶନ ପାଇଁ ସକାଳୁ ପୀଠରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି।
powered by social2s

