ଭୁବନେଶ୍ବର: ମନମ ଫାଉଣ୍ଡେସନ ଆନ୍ଧ୍ର ପ୍ରଦେଶ ପକ୍ଷରୁ ମାନବ କଲ୍ଯାଣ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଫାଉଣ୍ଡେସନ ଡ ନାରାୟଣ ମହାପାତ୍ର ଙ୍କୁ "ପଦ୍ମ ପ୍ରତିଭା ନେସନାଲ ଆୱାର୍ଡ ୨୦୨୫" ଉପାଧି ପ୍ରଦାନ କରିଛନ୍ତି। ଟ୍ରଷ୍ଟ ପକ୍ଷରୁ ସମାଜ ରେ ଅବହେଳିତ ବୃଦ୍ଧ ବାପା ମା ଓ ଅବହେଳିତ ଛୋଟ ପିଲାମାନଙ୍କ ପାଖରେ ପହଞ୍ଚି ସେମାନଙ୍କୁ ମାଗଣା ସ୍ୱାସ୍ଥ୍ୟ ସେବା ଓ କିଛି ସମୟ ସେମାନଙ୍କ ସଙ୍ଗେ ରହି ଖୁସି ଓ ଶାନ୍ତି ବାଣ୍ଟୁ ଥିବାରୁ ଏହି ସମ୍ମାନ ପ୍ରଦାନ କରାଯାଇଛି । ଟ୍ରଷ୍ଟ ପକ୍ଷରୁ ବର୍ଷ ର ବିଭିନ୍ନ ସମୟରେ ରକ୍ତ ଦାନ ସଂଗ୍ରହ ଶିବିର ମଧ୍ଯ କରାଯାଇ ଥାଏ, ପୂର୍ବରୁ ମଧ୍ୟ ବହୁ ଜାତୀୟ ଓ ଅର୍ନ୍ତଜାତୀୟ ଅନୁଷ୍ଠାନ ପକ୍ଷରୁ ମଧ୍ୟ ଡ ନାରାୟଣ ମହାପାତ୍ର ଙ୍କୁ ସମାଜସେବା କ୍ଷେତ୍ର ରେ ସମ୍ମାନସୂଚକ ହ୍ୟୁମ୍ୟାନଟେରିଆନ ଉପାଧି ପ୍ରଦାନ କରିଛନ୍ତି। ଏହା ଆମର ସେବା କାର୍ଯ୍ୟ କୁ ପ୍ରେରଣା ଦେବା ସହ ଅନୁଷ୍ଠାନକୁ ଆହୁରି ଆଗେଇ ନେବାକୁ ସାହାଯ୍ୟ କରିବ,ଏହି ଅନୁଷ୍ଠାନର ପ୍ରତିଷ୍ଠାତା କେ ଚକ୍ରବର୍ତ୍ତୀ ଓ ଅନ୍ୟାନ୍ୟ ସଦସ୍ୟ ମାନଙ୍କୁ ଆମେ ବହୁତ ବହୁତ ଧନ୍ୟବାଦ ଜଣାଉଛୁ ବୋଲି ପ୍ରକାଶ କରିଛନ୍ତି ଡ ମହାପାତ୍ର।
ମନମ ଫାଉଣ୍ଡେସନ ପକ୍ଷରୁ ଡ ନାରାୟଣ ମହାପାତ୍ର ଓଡ଼ିଶା ରେ ମାନବ କଲ୍ଯାଣ କାର୍ଯ୍ୟ ନିମନ୍ତେ ପଦ୍ମ ପ୍ରତିଭା ନେସନାଲ ଆୱାର୍ଡ ରେ ସମ୍ମାନିତ
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

