ଭୁବନେଶ୍ବର: ଶ୍ରୀମଦ୍ଧେବୀ ଭାଗବତ ଚତୃର୍ଥ ଦିନରେ ମା କୁଷ୍ମଣ୍ଡା ବିଷୟରେ କଥାମୃତ ଭୁବନେଶ୍ବର ସହିଦନଗର ସଂସ୍କୃତିକ ସମିତି ରେ ସେପ୍ଟେମ୍ବର ୨୨ରୁ ୨୭ ପର୍ଯ୍ୟନ୍ତ ସନ୍ଧ୍ୟା ୬:୩୦ ରୁ ୮:୩୦ ପର୍ଯ୍ୟନ୍ତ କରାଯାଉଛି। ମୁଖ୍ୟ ଉପଦେଷ୍ଟା ଶ୍ରୀ ନିଶିକାନ୍ତ ମିଶ୍ର, ସଭାପତି ଡ଼ ନାରାୟଣ ମହାପାତ୍ର, ସମ୍ପାଦକ ଉମାନାଥ ମିଶ୍ର ଙ୍କ ସଂଯୋଜନା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଶ୍ରୀ ରାମଚନ୍ଦ୍ର ଦାସ ମହାପାତ୍ର, ମୁଖ୍ୟ ବାଡ଼ଗ୍ରାହୀ ମା ସୁଭଦ୍ରା ଓ ପ୍ରବକ୍ତା ଭାବେ ସ୍ୱାମୀ କୃଷ୍ଣ ପ୍ରେମାନନ୍ଦ ସରସ୍ବତୀ, ସମ୍ମାନୀୟ ଅତିଥି ଭାବେ ଶ୍ରୀମନ୍ଦିର ପୁରୋହିତ ଶ୍ରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର,ସହିଦନଗର ସାଂସ୍କୃତିକ ସମିତି ଅନୁଷ୍ଠାନ ର ସଭାପତି ଶ୍ରୀ ଗଗନ ବିହାରୀ ନିତ୍ୟାନନ୍ଦ ଚଇନି,ପ୍ରଭାକର ମଲ୍ଲିକ, ଡ଼ ଆରତୀ କର ନିରଞ୍ଜନ ଦାଶ ସୁରେଶ ମିଶ୍ର ତ୍ରିଲୋଚନ ନାୟକ, ଭାରତୀ ଭୂଷଣ ପଟ୍ଟନାୟକ, ଅକ୍ଷୟ ସାହୁ, ଅନାମିକା ସ୍ୱାଇଁ ପଟ୍ଟନାୟକ, ଅନୁପମା ମିଶ୍ର, ଶରତ ମହାପାତ୍ର, ବିମ୍ବାଧର ପଣ୍ଡା ପ୍ରମୁଖ ଯୋଗଦେଇଥିଲେ । ପୂର୍ବରୁ ଟ୍ରଷ୍ଟ ପକ୍ଷରୁ ୨ ଜଣ ଦେବୀ ମା ଙ୍କ ହିନ୍ଦୀ ଓ ଓଡ଼ିଆ ରେ କଥାମୃତ କରଯାଇ ସମସ୍ତେ ଦେଖିବା ପାଇଁ ୟୁଟ୍ୟୁବ ରେ ଛଡ଼ାଯାଇଛି । ଆଜିର ଉତ୍ସବ ରେ ବିଜୟ ପଣ୍ଡା, ମଳୟ ମହାପାତ୍ର, ମନୋଜ ରାଉଳ, ସୁବାସ ଜଗତି, ଶ୍ରୀନିବାସ ରାଓ ପ୍ରମୁଖ ରହି ସହଯୋଗ କରିଥିଲେ । ଏହା ଆମ ଶ୍ରୀ ମନ୍ଦିର ମଧ୍ୟ ହୁଏ ତାହା ଉତ୍କଳରେ ଦୁର୍ଗାମାଧବ ଉପାସନା ନାମରେ ନାମିତ ହୋଇଛି । ଏହି ସତସଙ୍ଗ ଆପଣ ମାନଙ୍କୁ ନିଶ୍ଚିତ ଆନନ୍ଦ ଦେବ ବୋଲି ଆମର ପୂର୍ଣ୍ଣ ବିଶ୍ୱାସ। ଆପଣ ମାନେ ଏହି ସତସଙ୍ଗ ରେ ବହୁ ସଂଖ୍ୟା ରେ ଯୋଗ ଦେବାକୁ ଅନୁରୋଧ ।
ଶ୍ରୀମଦ୍ଧେବୀ ଭାଗବତ ଚତୃର୍ଥ ଦିନରେ ମା କୁଷ୍ମଣ୍ଡା ବିଷୟରେ କଥାମୃତ ଅନୁଷ୍ଠିତ
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

