ଭୁବନେଶ୍ବର : ଜୟ ଜଗନ୍ନାଥ ପରିବାର ଚାରିଟେବୁଲ ଟ୍ରଷ୍ଟ, ଭୁବନେଶ୍ବରର ଅଧ୍ୟକ୍ଷ ତଥା ଓଡିଶାର ସମାଜସେବା ଆକାଶରେ ଧ୍ରୁବ ତାରା ଭାବେ ପରିଚିତ ଉତ୍କଳର ଗୌରବ ଭଗବାନ ଦାଶଙ୍କୁ ନୂଆଦିଲ୍ଲୀରେ ଆୟୋଜିତ ଇଣ୍ଟିଗ୍ରେଟେଡ ଗ୍ଲୋବାଲ ୟୁନିଭରସିଟିର (ଆଇଜିୟୁ) ୧୦ମ ସମାବର୍ତ୍ତନ ଉତ୍ସବରେ ସମ୍ମାନସୂଚକ ଡକ୍ଟରେଟ ଉପାଧି ପ୍ରଦାନ କରାଯାଇଛି । ମାନବ ସେବା କ୍ଷେତ୍ରରେ ଜୀବନବ୍ୟାପୀ ଅତୁଳନୀୟ ଅବଦାନ ସକାଶେ ତାଙ୍କୁ ଏହି ସମ୍ମାନ ପାଇଁ ଆଇଜିୟୁ ପକ୍ଷରୁ ମନୋନୀତ କରାଯାଇଥିଲା । ଜନସେବାକୁ ଜୀବନର ବ୍ରତ ଭାବେ ଗ୍ରହଣ କରିନେଇଥିବା ଉତ୍କଳର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ କରକମଳରେ ନିଜକୁ ସମର୍ପିତ କରିଥିବା ଶ୍ରୀ ଦାଶ ଦୀର୍ଘ ତିନି ଦଶନ୍ଧିରୁ ଊର୍ଦ୍ଧ୍ବ ସମୟଧରି ସମାଜସେବାରେ ନିଜକୁ ନିୟୋଜିତ କରିବା ସହ ରାଜ୍ୟର ବିଭିନ୍ନ ଅନୁଷ୍ଠାନ ସହ ଜଡିତ ରହିଛନ୍ତି । ସେ ମାନବସେବାକୁ ମାଧବସେବା ଭାବେ ଗ୍ରହଣ କରି ଦୁଃସ୍ଥ, ବଞ୍ଚିତ, ଶୋଷିତ, ଦଳିତ ଓ ନିଷ୍ପେଷିତଙ୍କ ସାଥି ଭାବରେ ସବୁବେଳେ ଓ ସବୁ ମୁହୂର୍ତ୍ତରେ ଛିଡାହୋଇ ଆସିଛନ୍ତି । ୧୯୭୯ ମସିହା କଟକ ଜିଲ୍ଲା ଅନ୍ତର୍ଗତ ଫୁଲନଖରା ନିକଟସ୍ଥ ସାଇଲୋ, ଗୋବିନ୍ଦପୁର ଗ୍ରାମରେ ଏକ ମଧ୍ୟବିତ ପରିବାରରେ ସେ ଜନ୍ମ ହୋଇଥିଲେ । ବାପା ସ୍ବର୍ଗତଃ ଲିଙ୍ଗରାଜ ଦାଶ ଓ ମାତା ସ୍ବର୍ଗତଃ କୁସୁମଲତା ଦେବୀଙ୍କର ଶ୍ରୀ ଦାଶ ସପ୍ତମ ପୁତ୍ର ଏବଂ ଅଷ୍ଟମ ସନ୍ତାନ । ପିଲାଟି ଦିନରୁ ସମାଜସେବାରେ ନିଜକୁ ନିୟୋଜିତ କରିଥିଲେ । ସମାଜସେବା ସହ ଶ୍ରୀ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାରରେ ପ୍ରତ୍ୟକ୍ଷ ଭାବେ ଜଡିତ ରହିଛନ୍ତି ଶ୍ରୀ ଦାଶ । ଏପର୍ଯ୍ୟନ୍ତ ସେ ୩୦୦ରୁ ଊର୍ଦ୍ଧ୍ବ ଶବ ସତ୍କାର କରିସାରିଛନ୍ତି । ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ସକାଶେ ରାଜ୍ୟ ତଥା ରାଜ୍ୟ ବାହାରେ ଶତାଧିକ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ ଓ ସମ୍ମାନିତ ହୋଇଛନ୍ତି । ଜନସାଧାରଣଙ୍କ ଭଲ ପାଇବା ଏବଂ ଆଶୀର୍ବାଦ ଶ୍ରୀ ଦାଶଙ୍କୁ ଏ ଦିଗରେ ଅଧିକ ଉତ୍ସାହିତ ଓ ଅନୁପ୍ରାଣିତ କରିଛି । ସେ କହନ୍ତି, "ମାନଵ ସେବା ହିଁ ମାଧବ ସେବା" ଏହା ମୋ ଜୀବନର ମୂଳମନ୍ତ୍ର । ମୋ ସ୍ବର୍ଗବାସୀ ପିତା ଓ ମାତାଙ୍କର ଆଶୀର୍ବାଦରୁ ଲୋକଙ୍କ ସେବା କରି ବେଶ ଖୁସିରେ ରହିଛି । ଯେ କୌଣସି ଲୋକ ଯେ କୌଣସି ସମୟରେ ସହାୟତା ପାଇଁ ଅନୁରୋଧ କଲେ ମୁଁ ମୋର ପାରୁ ପର୍ଯ୍ୟନ୍ତ ସହାୟତା କରିଥାଏ । ଏଥିରେ ମୋର ଖୁସି ଓ ଶାନ୍ତି ନିହିତ । ମୋ ଧର୍ମପତ୍ନୀ ମୋତେ ଏ ଦିଗରେ ଅଧିକ ଉତ୍ସାହିତ କରନ୍ତି । ପ୍ରଭୁ ଜଗନ୍ନାଥଙ୍କ କୃପାଦୃଷ୍ଟି ଯୋଗୁ ଏହା ସମ୍ଭବ ହୋଇ ପାରିଛି । ପ୍ରଭୁଙ୍କ ସଂସ୍କୃତିର ପ୍ରଚାର ପ୍ରସାର କାର୍ଯ୍ୟରେ ନିଜକୁ ନିୟୋଜିତ କରିଛି । ଶ୍ରୀ ଜଗନ୍ନାଥ ଦେଶରେ ଜନ୍ମ ହୋଇ ନିଜକୁ ଧନ୍ୟ ମନେ କରୁଛି । ପ୍ରଭୁଙ୍କ କୃପା ଏମିତି ଥାଉ, ମୁଁ ଏମିତି ଦୁଃସ୍ଥ ଓ ବଞ୍ଚିତଙ୍କ ସେବା କରୁଥାଏ ।"
ସମାଜସେବୀ ଭଗବାନ ଦାଶଙ୍କୁ ସମ୍ମାନସୂଚକ ଡକ୍ଟରେଟ
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

