କୁଈଦିନା ଇନ୍ଦିରା ଗାନ୍ଧୀ ସ୍ମାରକୀ ସ୍ନାତକ ମହାବିଦ୍ୟାଳୟରେ ଜାତୀୟ ସେବା ଦିବସ ପାଳିତ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଚକାପାଦ: (ସମିସ) କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ କୁସୁମେଣ୍ଡି ପଞ୍ଚାୟତ ଅନ୍ତର୍ଗତ ଲାଇନ୍ପଡା ସ୍ଥିତ କୁଇଦିନା ଇନ୍ଦିରାଗାନ୍ଧୀ ସ୍ମାରକୀ ସ୍ନାତକ ମହାବିଦ୍ୟାଳୟ ଠାରେ ଜାତୀୟ ଯୋଜନା ସେବା ଦିବସ ପାଳିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମ କୁ ବିଦ୍ୟାଳୟ ଅଧ୍ୟକ୍ଷ ଶ୍ରୀଯୁକ୍ତ ସୁବାସ ଚନ୍ଦ୍ର ମଲ୍ଲିକ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଥିଲା । ଜାତୀୟ ସେବା ଦିବସ ବିଷୟରେ ଏକ ଆଲେଚନା ସଭା କରାଯିବା ସହିତ ସଚେତନ କରାଯାଇଥିଲା ଏବଂ ପରେ ବିଦ୍ୟାଳୟ ଚତୃପାର୍ଶ୍ୱରେ ୮୦ ଜଣ ସ୍ୱେଚ୍ଛାସେବୀ ସଫେଇ କାର୍ଯ୍ୟ କରିଥିଲେ । ଏଥିରେ ବିଦ୍ୟାଳୟ ଅଧ୍ୟାପିକା ସସ୍ମିତା ପାଳ, ଶୁଭଶ୍ରୀ ଦିଗାଲ, ଅଧ୍ୟାପକ ଜିତେନ୍ଦ୍ର ମହାନ୍ତି, ଅଧ୍ୟାପକ ସନ୍ତୋଷ କୁମାର ତ୍ରିପାଠୀ, ଅମୀୟ କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ କୁ ଯୋଜନା ଅଧିକାରୀ ଶ୍ରୀ ଅକ୍ଷୟ କୁମାର ଦିଗାଲ ପରିଚାଳନା କରିଥିବା ବେଳେ ସ୍ୱେଚ୍ଛାସେବୀ ପ୍ରିୟମ୍ବଦା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ବାଳକୃଷ୍ଣ କହଁର ଙ୍କ ରିପୋର୍ଟ

powered by social2s