ଭୁବନେଶ୍ବର: ଉତ୍କଳ ଆଲୁମିନା କମ୍ପାନୀ CSR ଟିମ୍ର ପ୍ରୟାସରେ ଅଞ୍ଚଳର ବିଭିନ୍ନ ସ୍ଥାନରେ ସମୁଦାୟ ଉନ୍ନୟନ ସହିତ ସମ୍ପୃକ୍ତ କାର୍ଯ୍ୟକ୍ରମ ସଂଗଠିତ ହୋଇଥିଲା । ଏହାର ଅଂଶରୂପ ଅଣ୍ଡିରାକଞ୍ଚ ଗ୍ରାମରେ ଗ୍ରାମୀଣ ମହିଳାଙ୍କ ନେତୃତ୍ୱରେ ଚାଲୁଥିବା ସ୍ୱଚ୍ଛତା ଅଭିଯାନକୁ ଟିମ୍ ପରିଦର୍ଶନ କଲା । ପରବର୍ତ୍ତୀତ, ଗ୍ରାମରେ ସ୍ଥାପିତ ଖୋଲା ଜିମ୍ର ଉଦ୍ଘାଟନ କାର୍ଯ୍ୟକ୍ରମ ଉତ୍ସାହର ସହିତ ପାଳନ କରାଗଲା । ମାଇନ୍ସ ହେଡ୍ ଶ୍ରୀ ବିଜୟ ଚୌହାନ୍ ଏହାରେ ସମ୍ବୋଧନ କରି କହିଲେ ଯେ, “ଏହି ଜିମ୍ ଯୁବପିଢୀଙ୍କ ସ୍ୱାସ୍ଥ୍ୟ, ଫିଟନେସ୍ ଓ କୌଶଳ ବିକାଶରେ ସହାୟକ ହେବ ।” ସେ ଗ୍ରାମବାସୀଙ୍କୁ ସହଯୋଗ ଓ ସକ୍ରିୟ ଯୋଗଦାନ ପାଇଁ ଧନ୍ୟବାଦ ଜଣାଇଲେ । ଉତ୍କଳ ଆଲୁମିନା କମ୍ପାନୀ CSR ର ମୁଖ୍ୟ ମନଜ ଦାସ ଓ ତାଙ୍କ ଟିମ୍ ସମାଜ ର କଲ୍ୟାଣ ନିମନ୍ତେ କଳାହାଣ୍ଡି ଜିଲ୍ଲା,CHC ଥୁଆମୂଲ୍. ରାମପୁରର, ମେଡିକାଲ ଅଫିସରଙ୍କୁ ଗୋଟିଏ Hearse Van (ଶବବାହନ) ହସ୍ତାନ୍ତରଣ କଲେ। ଏହି ସମାରୋହରେ BDO, ତହସିଲଦାର, ବିଧାୟକ ପ୍ରତିନିଧି ଓ ସ୍ଥାନୀୟ ଗଣମାନ୍ୟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ । ଗ୍ରାମୀଣ ଅଞ୍ଚଳରେ ଏହି Hearse Van ବ୍ୟବସ୍ଥା ଦୁଃଖଦ ମହୁର୍ତ୍ତରେ ପରିବାରମାନଙ୍କୁ ସମ୍ମାନ, ସୁବିଧା ଓ ଆଶ୍ୱାସନ ଦେବାକୁ ସହାୟକ ହେବ । ଉତ୍କଳ ଆଲୁମିନା କମ୍ପାନୀ, ନିଜ CSR କାର୍ଯ୍ୟକ୍ରମ ମାଧ୍ୟମରେ ସମାଜର ସୁସ୍ଥିର ଉନ୍ନୟନ, ସହାନୁଭୂତି ଓ ଦାୟିତ୍ୱମୂଳକ ସେବା ପ୍ରତି ସଦା ପ୍ରତିବଦ୍ଧ ରହିଛି ।
ସ୍ୱଚ୍ଛତା, ସ୍ୱାସ୍ଥ୍ୟ ଓ ସହାନଭୂତିରେ ନୂଆ ମାନକ ସୃଷ୍ଟି କଲା ଉତ୍କଳ ଆଲୁମିନା କମ୍ପାନୀ
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

