ଆସିଲା ୨୦୨୩ର ଏନ୍ ସି ଆର୍ ବି ରିପୋର୍ଟ; ୧୧ ନଂ ସ୍ଥାନରେ ଓଡ଼ିଶା

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ବର: ଆସିଲା ୨୦୨୩ର ନ୍ୟାସନାଲ କ୍ରାଇମ୍ ରେକର୍ଡସ୍ ବ୍ୟୁରୋ (ଏନ୍ ସି ଆର୍ ବି) ରିପୋର୍ଟ। ରିପୋର୍ଟ ଅନୁସାରେ ୨୦୨୧-୨୨ ତୁଳନାରେ ୨୦୨୩ରେ ବଢ଼ିଥିଲା ଅପରାଧ। ୧୧ ନଂ ସ୍ଥାନରେ ଓଡ଼ିଶା ଥିବା ରିପୋର୍ଟରେ ଉଲ୍ଲେଖ ରହିଛି। ୨୦୨୩ରେ ମୋଟ ୧ ଲକ୍ଷ ୯୯ ହଜାର ୯୫୪ ମାମଲା ରୁଜୁ ହୋଇଛି। ୬୧୨୫ ଅପହରଣ, ୧୧୯୫ ଦୁଷ୍କର୍ମ ଓ ୧୨୩ ଦୁଷ୍କର୍ମ ଉଦ୍ୟମ ମାମଲା ରହିଛି। ୨୯୫୬ ଚୋରି, ୩୭୦ ଡକାୟତି ଓ ୬୨୪ ଟି ଘର ପୋଡ଼ି ମାମଲା। ୨୦୨୩ରେ ମୋଟ ୧୩୬୨ଟି ହତ୍ୟାକାଣ୍ଡ ମାମଲା ରୁଜୁ କରାଯାଇଛି। ୨୨୪ ଟି ଯୌତୁକ , ୪୨ଟି ପ୍ରେମ ଓ ୩ଟି ରାଜନୈତିକ ହତ୍ୟା ମାମଲା ଥିବା ଜଣାପଡ଼ିଛି।

powered by social2s