ଏକତା ସଂଗଠନ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଚିହ୍ନା ପରିଚୟ ଶରଧା ମୋହର ଏଇ ଯେ ଏକତା ସଂଗଠନ ଅଚିହ୍ନା ବନ୍ଧୁ ଯେ ପରିବାର ଆମ ଏଇ ଆମର ଭାବ ବନ୍ଧନ ll ସମଗ୍ର ବିଶ୍ଵର ସ୍ନେହ ଗନ୍ତାଘରେ ସାଇତିଛି ଆମରି ସପନ ରଙ୍ଗ ଭଳି ଭଳି କାମ ଭଳି ଭଳି ସବୁଠି ଯେ ଉଦୟ ତପନ ll ଆସ ଏକତା ଭାଈ ଭଉଣୀ ହୋଇ ଏକାଠି ଯେ ଗାଇବା ସଂଗୀତ ପର ଆପଣାର ଭାବ ଆମେ ଭୁଲି ଏକ ମନ୍ତ୍ରେ ହେବା ଯେ ଦୀକ୍ଷିତ ll ଦିବ୍ୟାଙ୍ଗ, ଚାଷୀ, ଶିକ୍ଷା ବ୍ରତ ଏକତା ହୋଇଲେଣି ସ୍ୱାଭିମାନୀ ଆଜି ଆମ ଏକତା ସଦା ଜାଗ୍ରତ ହେଲା ଜୀବନକୁ ଲଗାଇଲା ବାଜି ll ବିଭିନ୍ନତା ମଧ୍ୟରେ ଆମ ଏକତା ଦେଇଛି ଶାନ୍ତି ମୈତ୍ରୀ ଏକତା ଏକତା ଯଦି ସଦା ସୁନ୍ଦର ହେବ ଜଗତକୁ ହେବ ନୂଆ ବାର୍ତ୍ତା ll *ମିସ୍ ନୀଳିମା ମଙ୍ଗରାଜ* *ସାମାଜିକ କର୍ମୀ, ଜିଲ୍ଲା:କୋରାପୁଟ* *ଓଡିଶା* l

powered by social2s