ଭୁବନେଶ୍ବର: ସମାଜସେବୀ ଡ଼ ନାରାୟଣ ମହାପାତ୍ରଙ୍କୁ ଘାନା ଓ ଭାରତ ମିଳିତ ଉଦ୍ୟୋଗ ତ୍ରିନେତ୍ର ରିସର୍ଚ୍ଚ ଆଣ୍ଡ ଇନଭେସ୍ଟିଗେଶନ ପକ୍ଷରୁ ୱାର୍ଲଡ ଆନିମଲ ଡେ ଆୱାର୍ଡ ରେ ସମ୍ବର୍ଦ୍ଧିତ କରାଯାଇଛି। ସମାଜ ସେବାରେ ନିଜକୁ ନିୟୋଜିତ କରିଥିବା ଡ଼ ମହାପାତ୍ର କରୋନା ସମୟ ରେ ମାଙ୍କଡ଼, ଗାଈ, କୁକୁର ଓ ପକ୍ଷୀ ଙ୍କ ଖାଦ୍ୟ ର ବ୍ୟବସ୍ଥା କରିବା ଓ ସର୍ବଦା ଅବହେଳିତ ବରିଷ୍ଠ ନାଗରିକ ଓ ଅବହେଳିତ ଛୋଟ ପିଲାମାନଙ୍କ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଦୀର୍ଘ ଦିନରୁ କରି ଆସୁଛନ୍ତି। ସେମାନ ଙ୍କ ସାଙ୍ଗେ କିଛି ସମୟ ରହି ସେମାନଙ୍କୁ ଖୁସି ଦେବା ମୂଳ ଲକ୍ଷ୍ୟ, ରକ୍ତଦାନ କାର୍ଯ୍ୟକ୍ରମ ଓ ଅବହେଳିତ ବରିଷ୍ଠ ନାଗରିକ ମାନଙ୍କ ପାଇଁ ସମୟ ଦାନ କରି ଉଲ୍ଲେଖ ନିୟ କାର୍ଯ୍ୟ କରିଛନ୍ତି। ପୂର୍ବରୁ ମଧ୍ୟ ରାଜ୍ୟ, ଦେଶ ଓ ଦେଶ ବାହାରୁ ମାନବ ମଙ୍ଗଳ କାର୍ଯ୍ୟ ନିମନ୍ତେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଡ଼ ମହାପାତ୍ର ଙ୍କୁ ସମ୍ବର୍ଦ୍ଧିତ କରାଯାଇଛ। ଆମକୁ ଉପଯୁକ୍ତ ଭାବି ସମ୍ବର୍ଦ୍ଧିତ କରି ଥିବାରୁ ଆମେ ଏହି ଅନ୍ତର୍ଜାତୀୟ ଅନୁଷ୍ଠାନ ର ପ୍ରତିଷ୍ଠାତା ଅମ୍ବେ ଏମି ରାଇଟସ ଓବେଙ୍ଗ ଏଲିଯାହ କିରଚଫ ଗ୍ଲୋବାଲ ଭାଇସ ଚାନସେଲର ଓ ଅନ୍ୟାନ୍ୟ ପ୍ରମୁଖ ସଦସ୍ୟ ଓ ସଦସ୍ୟା ମାନଙ୍କୁ ହୃଦୟ ରୁ କୃତଜ୍ଞତା ଜ୍ଞାପନ କରୁଛୁ ବୋଲି ପ୍ରକାଶ କରିଛନ୍ତି ଡ଼ ନାରାୟଣ ମହାପାତ୍ରଙ୍କୁ।
ସମାଜସେବୀ ଡ଼ ନାରାୟଣ ମହାପାତ୍ରଙ୍କୁ ଘାନା ଓ ଭାରତ ମିଳିତ ଉଦ୍ୟୋଗ ତ୍ରିନେତ୍ର ରିସର୍ଚ୍ଚ ଆଣ୍ଡ ଇନଭେସ୍ଟିଗେଶନ ପକ୍ଷରୁ ୱାର୍ଲଡ ଆନିମଲ ଡେ ଆୱାର୍ଡ ରେ ସମ୍ବର୍ଦ୍ଧନା
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

