ଭୁବନେଶ୍ବର: ଭୁବନେଶ୍ଵର ଲକ୍ଷ୍ମୀ ପୂଜା ଭସାଣି ଉତ୍ସବ ସମିତି ଓ ଉତ୍ତର ଭୁବନେଶ୍ବର ଲକ୍ଷ୍ମୀପୂଜା ଭସାଣି ସମିତି ମିଳିତ ଆନୁକୁଲ୍ୟରେ ଏକ ସାମ୍ବାଦିକ ସମ୍ମିଳନୀ ଆଜି ଭୁବନେଶ୍ଵର ସହିଦନଗର ଦୂର୍ଗା ପୂଜା ସମିତି ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଏହି ଉଦ୍ଦେଶ୍ୟରେ ଉଭୟ ସଭାପତି ପ୍ରଥମେ ସମସ୍ତଙ୍କୁ ଏହି ସାମ୍ବାଦିକ ସମ୍ମିଳନୀ ର ଉଦ୍ଦେଶ୍ଯ ଉପରେ ଆଲୋଚନା କରିଥିଲେ I
ସଭାପତି ଶ୍ରୀ ମନୋରଞ୍ଜନ ଦାସ କହିଲେ ଯେ ଚଳିତ ବର୍ଷ ମିଳିତ ଭସାଣି ଅନୁଷ୍ଠିତ ହୋଇ ପାରିବ ନାହିଁ I ବାରମ୍ଵାର ଉଭୟ ସମିତି ପୋଲିସ ପ୍ରଶାସନ ସହିତ ଆଲୋଚନା କରିବା ପରେ ଏହି ନିଷ୍ପରି ଗ୍ରହଣ କରାଯାଇଛି I
ସମିତି ର ସାଧାରଣ ସମ୍ପାଦକ ଶ୍ରୀ ହରିଶ ପ୍ରସାଦ ରଥ କହିଲେ କି ଦୁର୍ଗା ପୂଜା ଭସାଣି ଉତ୍ସବ ଅତି ସୁନ୍ଦର ଭାବରେ ଅନୁଷ୍ଠିତ ହୋଇଯାଇଛି । କିନ୍ତୁ ଚଳିତ ବର୍ଷ କଟକ ଦୁର୍ଗା ପୂଜା ଭସାଣିରେ କିଛି ଅଘଟଣ ଘଟିବା ଅତି ନିନ୍ଦନୀୟ ଘଟଣା, ଏହାକୁ ଆଖି ଆଗରେ ରଖ୍ ପୋଲିସ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି ।
ଭୁବନେଶ୍ୱର ଲକ୍ଷ୍ମୀପୂଜା ଭସାଣୀ ଉତ୍ସବରେ ଯୋଗଦାନ କରୁଥିବା ସମିତିଗୁଡିକ ହେଲା : ସହୀଦନଗର ଦୁର୍ଗାପୂଜା ସମିତି, ଶ୍ରୀରାମ ପ୍ରୋଗ୍ରେସିଭ ୟୁଥ୍ କ୍ଲବ୍, ନହରକଣ୍ଟା, ଗଜାନନ ଲକ୍ଷ୍ମୀପୂଜା ସମିତି, ସହିଦନଗର, ଦି କ୍ଲବ୍ ସ୍ମାର୍ଟ, ୟୁନିଟ୍-୬, ସାର୍ବଜନୀନ ଗଜଲକ୍ଷ୍ମୀପୂଜା, ମା' ଦରିୟାଣୀ କ୍ଲବ୍, ଭୋଟପଡା, ଲକ୍ଷ୍ମୀପୂଜା ସମିତି, ମାର୍କେଟ ବିଲିଂ, ସୋସିଆଲ କଲଚରାଲ ସୋସାଇଟ. ସହିଦନଗର, ନୟାପଲ୍ଲୀ ଯୁବ ପରିଷଦ, ଲକ୍ଷ୍ମୀପୂଜା ସମିତି ବାୟାବାବା ଛକ, ଟାଇଗର କ୍ଲବ୍, ଅଟଳା, ଜୟ ମା' ମଙ୍ଗଳା ଗଜଲକ୍ଷ୍ମୀପୂଜା କମିଟି, ୟୁନିଟ୍-୧, ବାବା ନିଳକଣ୍ଠଶ୍ୱର ସାମାଜିକ ସଂଗଠନ, ବରମୁଣ୍ଡା, ଗଜଲକ୍ଷ୍ମୀପୂଜା କମିଟି, ଜାଗମରା, ୟୁରେକା ମାର୍କେଟ ଆସୋସିଏସନ୍, ଗଜଲକ୍ଷ୍ମୀ ସଂସ୍କୃତିକ ପରିଷଦ, କୋଳଥୁଆ ଓ ମା' ଗଜଲକ୍ଷ୍ମୀ ପୂଜା ସମିତି, କଳିଙ୍ଗନଗର ।
ଏଥିରେ ଭୁବନେଶ୍ଵର ସମସ୍ତ ଲକ୍ଷ୍ମୀପୂଜା ସମିତିର କର୍ମକର୍ତ୍ତାଗଣ ଓ ସହିଦନଗର ଦୁର୍ଗାପୂଜା ସମିତିର ସଭାପତି ଶ୍ରୀ ହେମନ୍ତ କୁମାର ପରିଡା, ସମ୍ପାଦଳ ସଚ୍ଚିନନ୍ଦନ ନାୟକ,ଉପଦେଷ୍ଟା ସୁଧର ଶତପଥୀ ଓ ବିଶ୍ଵ ପ୍ରକାଶ ମହାନ୍ତି, ଅଚ୍ୟୁତପ୍ରସାଦ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ଉତ୍ତର ଭସାଣିଉତ୍ସବର ମୁଖ୍ୟ ଉପଦେଷ୍ଟା ଶ୍ରୀ ବିଶ୍ଵଜିତ ପଟ୍ଟନାୟକ, ଉପଦେଷ୍ଟା ଶ୍ରୀ ସୁର ପାତ୍ର, ସଭାପତି ଶ୍ରୀ କୃଷ୍ଣଚନ୍ଦ୍ର ପତି କହିଲେ କି ଉଭୟ ସମିତି ସବୁବେଳେ ରାଜ୍ୟ ସରକାର ଙ୍କ ମାର୍ଗଦର୍ଶିକା କୁ ଅନୁସରଣ କରନ୍ତି ଓ ସମସ୍ତ ସମିତିକୁ ନିବେଦନ କରିଛନ୍ତି ପୋଲିସ ପ୍ରଶାସନକୁ ଭସାଣି ରେ ସହଯୋଗ କରନ୍ତୁ ।
ଚଳିତ ବର୍ଷ ମିଳିତ ଲକ୍ଷ୍ମୀପୂଜା ଭସାଣି ହୋଇ ପାରିବ ନାହିଁ: ଭୁବନେଶ୍ବର ଲକ୍ଷ୍ମୀପୂଜା ଭସାଣି ଉତ୍ସବ ସମିତି
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

