ଭୁବନେଶ୍ୱର: ଦୀପାବଳି ଉପଲକ୍ଷେ ଓଡ଼ିଶା ସରକାରଙ୍କ ପକ୍ଷରୁ ଗାଇଡଲାଇନ ଜାରି କରାଯାଇଛି। ଚଳିତ ବର୍ଷ ସନ୍ଧ୍ୟା ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ବାଣ ଫୁଟାଇବାକୁ ଅନୁମତି ଦିଆଯାଇଛି। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଏହି ନିର୍ଦ୍ଦେଶ ଜାରି ହୋଇଛି। ଦୀପାବଳି ଉତ୍ସବ ସମୟରେ ସୁରକ୍ଷା ଓ ପରିବେଶ ନିୟମ ମାନିବାକୁ ନାଗରିକମାନଙ୍କୁ ପରାମର୍ଶ ଦିଆଯାଇଛି। ପରିବେଶ ଓ ଶବ୍ଦ ପ୍ରଦୂଷଣ କମେଇ ସୁରକ୍ଷିତ ଓ ପରିବେଶବାନ୍ଧବ ଦୀପାବଳି ପାଇଁ ଏହି ସମୟସୀମା ନିର୍ଦ୍ଧାରଣ କରାଯାଇଛି।
powered by social2s

