ଡ଼ ନାରାୟଣ ମହାପାତ୍ର ଅନ୍ତର୍ଜାତୀୟ ହୁମାନଟେରିଆନ ଅନୁଷ୍ଠାନ ପକ୍ଷରୁ ସମାଜ ମଙ୍ଗଳ କାଯ୍ୟ ପାଇଁ ସମ୍ମାନ ସୂଚକ ଗ୍ଲୋବାଲ ପିସ ହ୍ୟୁମାନ ରାଇଟସ ଆୱାର୍ଡରେ ସମ୍ବର୍ଦ୍ଧିତ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ବର: ସମାଜସେବୀ ଡ଼ ନାରାୟଣ ମହାପାତ୍ରଙ୍କୁ ଅନ୍ତର୍ଜାତୀୟ ହୁମାନଟେରିଆନ ଅନୁଷ୍ଠାନ ପକ୍ଷରୁ ସମାଜ ମଙ୍ଗଳ କାଯ୍ୟ ପାଇଁ ସମ୍ମାନ ସୂଚକ ଗ୍ଲୋବାଲ ପିସ ହ୍ୟୁମାନ ରାଇଟସ ଆୱାର୍ଡରେ ସମ୍ବର୍ଦ୍ଧିତ କରାଯାଇଛି। ବୃକ୍ଷ ରୋପଣ,ମା ଆଦିଶକ୍ତି ଓ ଶ୍ରୀଜଗନ୍ନାଥ ସଂସ୍କୃତି ର ପ୍ରଚାର ଓ ପ୍ରସାର କରିବା ସହ ବିଭିନ୍ନ ବୃଦ୍ଧ ଓ ବୃଦ୍ଧା ଆଶ୍ରମ ରେ ରନ୍ଧା ଖାଦ୍ୟ ବଣ୍ଟନ କରିଛନ୍ତି। ସମାଜ ସେବାରେ ନିଜକୁ ନିୟୋଜିତ କରିଥିବା ଡ଼ ମହାପାତ୍ର ଅବହେଳିତ ବରିଷ୍ଠ ନାଗରିକ ଓ ଅବହେଳିତ ଛୋଟ ପିଲାମାନଙ୍କ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ୨୦୧୮ ରୁ କରି ଆସୁଛନ୍ତି ନିଜେ ରକ୍ତଦାନକରିବା ସହିତ ରକ୍ତ ସଂଗ୍ରହ ପାଇଁ ଶିବିର କରି ଦରକାର ଥିବା ବ୍ୟକ୍ତି ମାନଙ୍କୁ ରେଡ଼କ୍ରସ ଦ୍ୱାରା ଦିଆ ଯାଉଛି ସମାଜ ରେ ଅବହେଳିତ ବରିଷ୍ଠ ନାଗରିକ ମାନଙ୍କ ପାଇଁ ସମୟ ଦାନ କରି ତାଙ୍କୁ ଖୁସି ରଖିବାକୁ ପ୍ରୟାସ ମଧ୍ୟ ହେଊଛି। ପୂର୍ବରୁ ମଧ୍ୟ ରାଜ୍ୟ, ଦେଶ ଓ ଦେଶ ବାହାରୁ ମାନବ ମଙ୍ଗଳ କାର୍ଯ୍ୟ ନିମନ୍ତେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଡ଼ ମହାପାତ୍ର ଙ୍କୁ ସମ୍ବର୍ଦ୍ଧିତ କରାଯାଇଛି।

powered by social2s