ଅସହାୟଙ୍କୁ କମ୍ୱଳ ବଣ୍ଟନ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଜଟଣୀ(ଶୁଭେନ୍ଦ୍ର ଶତପଥୀ): ଜଟଣୀର ଅଗ୍ରଣୀ ସ୍ବେଛାସେବୀ ସଂଗଠନ ଜନକଲ୍ୟାଣ ସେବା ଟ୍ରଷ୍ଟ ସେବା କ୍ଷେତ୍ର ରେ ଆଗଧାଡିରେ ରହିଆସି ଅଛି | ଯୁବ ସମାଜ ଦୀପାବଳିରେ ବାଣ ଫୁଟାଇ ହଜାର ହଜାର ଟଙ୍କା ବର୍ବାଦ କରୁଥିବା ବେଳେ ଟ୍ରଷ୍ଟ ର ଅଧ୍ୟକ୍ଷ ନବୀନ ମହାପାତ୍ରଙ୍କ ନେତୃତ୍ୱରେ ଜନକଲ୍ୟାଣ ସେବା ଟ୍ରଷ୍ଟର ସଦସ୍ୟ ମାନେ ରାସ୍ତା କଡରେ ପଡିରହିଥିବା ଅନାହାର ଓ ବାସହରାଙ୍କ ମୁହଁରେ ହସ ଫୁଟାଇବାକୁ ପ୍ରୟାସ କରିଥିଲେ | ପ୍ରାୟ ତିରିଶିରୁ ଅଧିକ ଅସହାୟଙ୍କୁ କମ୍ବଳ ଓ ରନ୍ଧା ଖାଦ୍ୟ ଦେଇ ସେମାନଙ୍କ ଠାରୁ ଆଶୀର୍ବାଦ ଭିକ୍ଷା କରିଥିଲେ | ଆଗାମୀ ଦିନରେ ଟ୍ରଷ୍ଟ ତରଫରୁ ଏକହଜାର କମ୍ବଳ ବଣ୍ଟନ କରାଯିବ ବୋଲି ଟ୍ରଷ୍ଟର ଅଧ୍ୟକ୍ଷ ଶ୍ରୀ ମହାପାତ୍ର ସୂଚନା ଦେଇଥିଲେ | ଉକ୍ତ କାର୍ଯ୍ୟରେ ଟ୍ରଷ୍ଟ ର ବରିଷ୍ଠ ସଦସ୍ୟ ଲିଟୁ ରଞ୍ଜନ ରାଉତରାୟ,ସୁଭାଶିଷ ସାହୁ,ମଧୁ ସୁଦନ ରାୟ,ବିଶ୍ୱରଂଜନ ସାହୁ,ଆଇନ ଜୀବୀ ମାନସ ରଥ, ବେଣୁ ଧର ବରାଳ,ମହେଶ୍ୱର ସାହୁ,ବବୁଲୁ ଜେନା,ଅଂଶୁମାନ ଗ୍ରାହାଚାର୍ଯ୍ୟ ପ୍ରମୁଖ ଯୋଗଦାନ କରିଥିଲେ |

powered by social2s