ଜମୁଛି ସହିଦନଗର କାଳୀ ପୂଜା ଉତ୍ସବ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ବର: ଅକ୍ଟୋବର ୨୨ ତାରିଖ ରୁ ଭୁବନେଶ୍ବର ସହିଦନଗର ଦୁର୍ଗା ପୂଜା ସମିତି ଆନୁକୂଲ୍ୟରେ ଚଳିତ ବର୍ଷ କାଳୀ ପୂଜା ଉତ୍ସବ ଆରମ୍ଭ ହୋଇଅଛି I ପ୍ରଥମ ଦିନ ଭୁବନେଶ୍ଵର ର ମେୟର ଶ୍ରୀମତୀ ସୁଲୋଚନା ଦାସ ମୁଖ୍ୟ ଅତିଥିଭାବେ ଯୋଗଦେଇ ଥିଲେ ଓ ବିଜେପି ର ବରିଷ୍ଠ ନେତା ଶ୍ରୀ ଜଗନ୍ନାଥ ପ୍ରଧାନ ପ୍ରଦୀପ ପ୍ରଜ୍ବଳନ କରି ଉତ୍ସବ କୁ ଉଦ୍ଘାଟନ କରିଥିଲେ I ଦ୍ଵିତୀୟ ସନ୍ଧ୍ୟାରେ ମୁଖ୍ଯଅତିଥି ରୁପେ ରାଜ୍ଯ ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବରିଷ୍ଠ ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର, ବିଜେପି ର ବରିଷ୍ଠ ନେତା ଶ୍ରୀ ଗୋଲଖ ପ୍ରସାଦ ମହାପାତ୍ର ଉପସ୍ଥିତ ଥିଲେ I ଉଭୟ ଦିନ ସମିତି ର ସମ୍ପାଦକ ଶ୍ରୀ ସଚ୍ଚି ନନ୍ଦନ ନାୟକ, କାର୍ଯ୍ୟକାରୀ ସଭାପତି ଶ୍ରୀ ସରୋଜ କୁମାର ପାତ୍ର, ଉପଦେଷ୍ଟା ଶ୍ରୀ ସୁଧୀର କୁମାର ଶତପଥୀ, ଶ୍ରୀ ସୁରେଶ ଚନ୍ଦ୍ର ଦାସ, ଭୁବନେଶ୍ବର ଭସାଣୀ ଉତ୍ସବ ସମିତି ର ସମ୍ପାଦକ ଶ୍ରୀ ହରିଶ ପ୍ରସାଦ ରଥ, ଉପ ସଭାପତି ଶ୍ରୀ ଅଚ୍ୟୁତ ପ୍ରସାଦ ବେହେରା, ଯୁଗ୍ମସଂପାଦକ ଶ୍ରୀ ବିଶ୍ଵ ପ୍ରସାଦ ମହାନ୍ତି ,ମହେନ୍ଦ୍ର କୁମାର ତ୍ରିପାଠୀ, ଶ୍ରୀ ସୁଦର୍ଶନ ସାହୁ, ଶ୍ରୀ ରଞ୍ଜନ କୁମାର ମହାପାତ୍ର, କୋଷାଧ୍ୟକ୍ଷ ଶ୍ରୀ ସ୍ମୃତି ରଞ୍ଜନ ଜେନା ,ସହ କୋଷାଧକ୍ଷ ଶ୍ରୀ ଗୋପାଳ ଚନ୍ଦ୍ର ମହାନ୍ତି, କାର୍ଯ୍ୟକାରୀ ସଦସ୍ୟ ଶ୍ରୀ ଦିଲ୍ଲୀପ କୁମାର ଦାସ, ଶ୍ରୀ ବିଶ୍ଵ ପ୍ରକାଶ ରାୟ ,ଶ୍ରୀ ଦିଲ୍ଲୀପ କୁମାର ମଲ୍ଲିକ, ଶ୍ରୀ ଲଳିତ ଖୁଣ୍ଟିଆ,ଶ୍ରୀ ସୀତାକାନ୍ତ ମହାପାତ୍ର, ଶ୍ରୀ ଆନନ୍ଦ ମିତ୍ର, ଶ୍ରୀ ଅଭିଷେକ ପ୍ରଧାନ, ଶ୍ରୀ ସୋନୁପ୍, ଆକାଶ, ଜିତେନ୍ଦ୍ର ରାଓ, ସୁବ୍ରତ ସିଂହ, ଗୁଡ଼ୁ,ଦେବାଶିଷ ଦାସ,ହାପି, ଆଦର୍ଶ ପଟ୍ଟନାୟକ ଓ ପୂର୍ବତନ କର୍ପୋରେଟର ଶ୍ରୀ ଉମାନାଥ ମିଶ୍ର ଉପସ୍ଥିତ ଥିଲେ I ସମିତି ର ସମ୍ପାଦକ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ I ଏହି ଉତ୍ସବ ୩୦/୧୦/୨୫ ତାରିଖ ପର୍ଯ୍ୟନ୍ତ ଚାଲିବ ଓ ପ୍ରତିଦିନ ଓଡିଶା ର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କୃତିତ୍ଵ ଅର୍ଜନ କରିଥିବା ବ୍ଯକ୍ତି ଙ୍କୁ ସମ୍ମାନିତ କରାଯିବ I

powered by social2s