ଭୁବନେଶ୍ୱର: ଭାରତରତ୍ନ ବାବା ସାହେବ ଆମ୍ବେଦକରଙ୍କ ୧୩୦ ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ୱିନରସ୍ ଆସୋସିଏସନ୍ ସହିଦନଗର, ଆନୁକୁଲ୍ୟରେ ଏକ ସଭା ଆୟୋଜନ କରାଯାଇ ଥିଲା ।
ଏହି ସଭାରେ “ଗଣତନ୍ତ୍ରକୁ ଆହୁରି ଋଦ୍ଧିମନ୍ତ କରିବା ପାଇଁ ସାମ୍ବିଧାନିକ ସଂସ୍ଥାଗୁଡିକର ଭୂମିକା” ବିଷୟରେ ବିଷଦ ଆଲୋଚନା କରଯାଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା ।
ମାନ୍ୟଗଣ୍ୟ ବ୍ୟକ୍ତି ସଭାରେ ଭାଗନେଇ ସେମାନଙ୍କ ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ, ଆଜିର କାର୍ଯ୍ୟକ୍ରମରେ ଶ୍ରୀ ଉମାନାଥ ମିଶ୍ର, ଶ୍ରୀ ନାରାୟଣ ମହାପାତ୍ର, ଶ୍ରୀନିବାସ ରାଓ, ସନ୍ତୋଷ ରାଓ, ମନୋରଞ୍ଜନ ପଲେଇ, ରାଜେଶ ପାତ୍ର, ଗଣେଶ ରାଓ,ଦିପୁ ପଟ୍ଟନାୟକ, କାହୁଁ ଚରଣ ଗୌଡ଼, ମଳୟ ଜେନା, ପ୍ରଭାତ ରାଓ, ରିସଭ ପତି, ଜଳେନ୍ଦ୍ର ବେହେରା, ଶିବ ମହାରଣା, ରାମକୃଷ୍ଣ ରେଡ୍ଡୀ, ଓ ଅନ୍ୟାନ୍ୟ ସଦସ୍ୟ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ।
powered by social2s

