ଭୁବନେଶ୍ବର: ଭୁବନେଶ୍ବର ଉପକଣ୍ଠରେ ସତ୍ୟଭାମାପୁର ସ୍ଥିତ ବକ୍ସି ଜଗବନ୍ଧୁ ଇଂରାଜୀ ମାଧ୍ୟମ ବିଦ୍ୟାଳୟ-୨ ରେ ବାର୍ଷିକ ପ୍ରଦର୍ଶନୀ "ସୃଜନ ସଙ୍ଗମ ୨୦୨୫'' ମହା ଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଏଲ.କେଜି. ଠାରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ଗଣିତ, ବିଜ୍ଞାନ, ସାମାଜିକ ବିଜ୍ଞାନ,ସଂସ୍କୃତ,ଓଡ଼ିଆ, ହିନ୍ଦୀ, ଇଂରାଜୀ, କଳା ଏବଂ ଅନ୍ୟାନ୍ୟ ବିଷୟଗୁଡ଼ିକରେ ସେମାନଙ୍କର ପ୍ରକଳ୍ପ ପ୍ରଦର୍ଶନ କରିଥିଲେ। ଏହି ପ୍ରଦର୍ଶନୀରେ ୨୦୦ ରୁ ଅଧିକ ଆକର୍ଷଣୀୟ ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା। ପ୍ରଦର୍ଶନୀରେ ପିଲାମାନଙ୍କର ନବସୃଜନ, କଳ୍ପନା ଏବଂ କଠିନ ପରିଶ୍ରମ ସ୍ପଷ୍ଟ ଭାବରେ ପ୍ରତିଫଳିତ ହୋଇଥିଲା। ତାସହିତ ବିଦ୍ୟାଳୟରେ ଅଟଳ ଟିଙ୍କରିଂ ଲ୍ୟାବ୍ ଏକ ବିଶେଷ ଆକର୍ଷଣ ଥିଲା ଏଥିରେ ପ୍ରଦର୍ଶନୀରେ ଅନ୍ୟ ଦଶଟି ସ୍କୁଲର ଛାତ୍ରଛାତ୍ରୀ, ବିଶେଷକରି ସରକାରୀ ସ୍କୁଲର ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ। ବିଶେଷଜ୍ଞମାନେ ପିଲାମାନଙ୍କୁ ନୂତନ ଉଦ୍ଭାବନ ଏବଂ ଗବେଷଣା ବିଷୟରେ ସୂଚନା ପ୍ରଦାନ କରିଥିଲେ। ବିଷୟ ବିଶେଷଜ୍ଞଙ୍କ ଦ୍ୱାରା ବିଭିନ୍ନ ବିଷୟର ପ୍ରକଳ୍ପଗୁଡ଼ିକର ମୂଲ୍ୟାଙ୍କନ କରାଯାଇଥିଲାଏବଂ ସେମାନେ ପିଲାମାନଙ୍କ ସୃଜନଶୀଳ କାର୍ଯ୍ୟର ପ୍ରଶଂସା କରିଥିଲେ ଏବଂ ସେମାନଙ୍କ ବର୍ଗ ଅନୁଯାୟୀ ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ ସ୍ଥାନ ପାଇଁ ପ୍ରତିଭାବାନ ଛାତ୍ରଛାତ୍ରୀଙ୍କୁ ଚୟନ କରିଥିଲେ। ଏହି ଅବସରରେ, ବିଦ୍ୟାଳୟର ସଭାପତି ଶ୍ରୀଯୁକ୍ତ ରଘୁନାଥ ମିଶ୍ର ଏବଂ ମୁଖ୍ୟ ଅତିଥି ଡ଼ଃ ଶିଶିର ମନ୍ତ୍ରୀ , (ସିଏସଆଇଆର - ଖଣିଜ ଏବଂ ସାମଗ୍ରୀ ପ୍ରଯୁକ୍ତି ପ୍ରତିଷ୍ଠାନର ବରିଷ୍ଠ ବୈଜ୍ଞାନିକ) ପିଲାମାନଙ୍କୁ ଉତ୍ସାହିତ କରିଥିଲେ ଏବଂ କହିଥିଲେ ଯେ ଏପରି କାର୍ଯ୍ୟକ୍ରମ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବୈଜ୍ଞାନିକ ଦୃଷ୍ଟିକୋଣ ଏବଂ ସୃଜନଶୀଳ ଚିନ୍ତାଧାରା ବିକଶିତ କରିଥାଏ। "ସୃଜନ ସଙ୍ଗମ 2025" ଛାତ୍ରଛାତ୍ରୀଙ୍କ ଆତ୍ମବିଶ୍ୱାସ, ପ୍ରତିଭା ଏବଂ ସୃଜନଶୀଳତାକୁ ପ୍ରକାଶ କରିଥିଲା । ଏହି ଅବସରରେ ବିଜେ.ଶିକ୍ଷା ପରିଷଦର ସମ୍ପାଦକ ଶ୍ରୀଯୁକ୍ତ ପ୍ରତାପ କୁମାର ଜେନା , ଉପସଭାପତି ଡ଼ଃ ନିରଞ୍ଜନ ସାହୁ ,ବିଦ୍ୟାଳୟର ପରିଚାଳକ ଶ୍ରୀଯୁକ୍ତ ଶିଶିର ରାଓ, ସହପରିଚାଳକ ଶ୍ରୀମତୀ ନମିତା ରାଉତ, ଅଧ୍ୟକ୍ଷ ଶ୍ରୀଯୁକ୍ତ ବରଦା ପ୍ରସାଦ ପାଇକରାୟ, ଉପାଧ୍ୟକ୍ଷ ଡ଼ଃ ମନୋରଞ୍ଜନ ବେଜ, ସମସ୍ତ ପ୍ରଶାସନିକ ପର୍ଯ୍ୟବେକ୍ଷକ ,ବିଜେ. ଶିକ୍ଷା ପରିଷଦର ସମସ୍ତ ବରେଣ୍ୟ ସଦସ୍ୟ ଏବଂ ଉପସ୍ଥିତ ସମସ୍ତ ଅଭିଭାବକମାନେ ପିଲାମାନଙ୍କୁ ଉତ୍ସାହିତ କରିଥିଲେ ଏବଂ କହିଥିଲେ ଯେ ଏପରି କାର୍ଯ୍ୟକ୍ରମ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବୈଜ୍ଞାନିକ ଦୃଷ୍ଟିକୋଣ ଏବଂ ସୃଜନଶୀଳ ଚିନ୍ତାଧାରା ବିକଶିତ କରିଥାଏ। ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ସମସ୍ତ କର୍ମକର୍ତ୍ତା ମାନଙ୍କ ଦ୍ୱାରା କାର୍ଯ୍ୟକ୍ରମ ସଫଳ ମଣ୍ଡିତ ହୋଇପାରିଥିଲା। ଶେଷରେ ପୁରସ୍କାର ବଣ୍ଟନ ଏବଂ ଧନ୍ୟବାଦ ଅର୍ପଣ ସହିତ କାର୍ଯ୍ୟକ୍ରମ ଶେଷ ହୋଇଥିଲା।
ବକ୍ସି ଜଗବନ୍ଧୁ ଇଂରାଜୀ ମାଧ୍ୟମ ବିଦ୍ୟାଳୟ- ୨ ରେ ବାର୍ଷିକ ପ୍ରଦର୍ଶନୀ 'ସୃଜନ ସଙ୍ଗମ' ସଫଳତାର ସହିତ ଅନୁଷ୍ଠିତ
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

