ଭୁବନେଶ୍ବର: ଶ୍ରୀଜଗନ୍ନାଥ ସଂସ୍କୃତି ଜାଗରଣ କାର୍ଯ୍ୟକ୍ରମ ଜାନୁଆରୀ ୧ ଏବଂ ୨, ୨୦୨୬ ରେ ଅନୁଷ୍ଠିତ ହେବ। ଆତ୍ମା ହିଁ ଚେତନା ର ମଞ୍ଜି ବିଧାତା ରଖିଅଛି ଖଞ୍ଜି, ଆପଣ ମାନଙ୍କୁ ସାଦର ନିମନ୍ତ୍ରଣ, ଆସନ୍ତୁ ଆମର ସ୍ୱତନ୍ତ୍ର କାର୍ଯ୍ୟକ୍ରମ ମହାପ୍ରଭୁ ଙ୍କ ଚତୁର୍ଦ୍ଧା ମୂର୍ତ୍ତି ଦର୍ଶନ କାର୍ଯ୍ୟକ୍ରମ ରେ ଯୋଗ ଦେଇ ତାଙ୍କ କୃପା ଲାଭ କରିବା ଏବଂ ଶ୍ରୀଜଗନ୍ନାଥ ସଂସ୍କୃତି ଜାଗରଣ କୁ ସମସ୍ତଙ୍କ ମନରେ ଉଦଜୀବିତ କରିବା ପାଇଁ ମହାପ୍ରଭୁ ଙ୍କ ସଂସ୍କୃତି କୁ ପ୍ରଥମେ ଭଲ ଭାବେ ଜାଣିବା ଓ ତାର ସୁରକ୍ଷା ପାଇଁ ପଣ କରିବା ଆସନ୍ତା ଜାନୁଆରୀ ୧ ଏବଂ ୨ ( ଦୁଇ ଦିନ) ସକାଳ ୯ଟାରେ , ଉତ୍କଳ ରଙ୍ଗମଞ୍ଚ,ଜୟଦେବ ବିହାର ଭୁବନେଶ୍ୱର ରେ ଏହି ମହାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରଚାର ସଂସ୍ଥାନ ଇଣ୍ଡିଆ ଭୁବନେଶ୍ବର ପକ୍ଷରୁ ସୂଚନା ଦିଆଯାଇଛି। ଏହି ଅବସରରେ ରେ ଯେଉଁ ମହାନୁଭବ ମାନେ ମହାପ୍ରଭୁ ଶ୍ରୀଜଗନ୍ନାଥ ସଂସ୍କୃତିକୁ ସୁରକ୍ଷା ଦେବା ପାଇଁ କାର୍ଯ୍ୟ କରୁଛନ୍ତି ସେଇ ମହାନ ବ୍ୟକ୍ତି ହୁଅନ୍ତୁ କିମ୍ବା ମହିଳା ତାଙ୍କୁ ଶ୍ରୀଜଗନ୍ନାଥ ସଂସ୍କୃତି ରକ୍ଷକ ସଂମ୍ମାନ ପ୍ରମୁଖ ବ୍ୟକ୍ତି ମାନଙ୍କ ଦ୍ୱାରା ଦେବାକୁ ସ୍ଥିର କରାଯାଇଛି ବୋଲି କହିଛନ୍ତି ଡ଼ ନାରାୟଣ ମହାପାତ୍ର, ସଭାପତି ଓ ଉମାନାଥ ମିଶ୍ର, ସମ୍ପାଦକ ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରଚାର ସଂସ୍ଥାନ ।
ଜାନୁଆରୀ ୧ ଓ ୨ ରେ ଶ୍ରୀଜଗନ୍ନାଥ ସଂସ୍କୃତି ଜାଗରଣ କାର୍ଯ୍ୟକ୍ରମ
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

