ଜଗନ୍ନାଥ ପ୍ରେମି ଶ୍ରୀ ମୁରଲୀ ଧର ପଲେଇ ଙ୍କ ସହଧର୍ମିଣୀ ଶ୍ରୀମତୀ କ୍ରିଷ୍ଣା ପଲାଇ ଙ୍କ ବୈକୁଣ୍ଠ ପ୍ରାପ୍ତି ପରେ ଶ୍ରଦ୍ଧାଞ୍ଜଳି ଶୋକ ସଭା ଅୟୋଜିତ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ବର: ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ର ସଂନ୍ଧ୍ଯାରେ ଜଗନ୍ନାଥ ପ୍ରେମି ଶ୍ରୀ ମୁରଲୀ ଧର ପଲେଇ ଙ୍କ ସହଧର୍ମିଣୀ କ୍ରିଷ୍ଣା ପଲାଇ ଙ୍କର ହାର୍ଟ ଆଟାକ୍ ରେ ବୈକୁଣ୍ଠ ପ୍ରାପ୍ତି ହୋଇଯାଇଛି। ସେ ଜୟ ଜଗନ୍ନାଥ ଜୟ ଜଗନ୍ନାଥ କହି ଆମ ମାନଙ୍କ ଠାରୁ ବିଦାୟ ନେଇ ଯାଇଛନ୍ତି ଏଣୁ ଏହି ଅବସରରେ ଡ଼ ନାରାୟଣ ମହାପାତ୍ର, ସୁରେଶ ମିଶ୍ର, ତ୍ରିଲୋଚନ ନାୟକ, ବଂଶୀଧର ନାୟକ, ଭାରତୀ ଭୂଷଣ ପଟ୍ଟନାୟକ, ଶରତ ମହାପାତ୍ର, ଭଗବାନ ଦାଶ, ସମ୍ପାଦକ ଜୟ ଜଗନ୍ନାଥ ପରିବାର ର ମିଳିତ ସଂଯୋଜନା ରେ ଏକ ଶ୍ରଦ୍ଧାଞ୍ଜଳି ସଭା ସହିଦନଗର ଠାରେ ଅନୁଷ୍ଠିତ ହୋଇଯାଇଛି । ସିଏ ସର୍ବଦା ଶ୍ରୀଜଗନ୍ନାଥ ସହସ୍ର ନାମ ପଠନ ତାଙ୍କ ସ୍ୱାମୀ ଓ ଅନ୍ୟ ସାଥି ମାନଙ୍କ ସହ ପ୍ରାୟ ୫୦୦ ସ୍ଥାନରେ କରି ସାରିଥିଲେ। ଏହି ଅବସରରେ ଆଜିର ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ରେ ଶ୍ରୀଜଗନ୍ନାଥ ସହସ୍ରନାମ ମହାଲକ୍ଷ୍ମୀ ଅଷ୍ଟକମ ଓ ଗୀତ ଗୋବିନ୍ଦ ବୋଲିବା କାର୍ଯ୍ୟକ୍ରମ କରାଯାଇ ପରେ ପରେ ସମସ୍ତେ ତାଙ୍କ ଆତ୍ମା ର ସଦଗତି ନିମନ୍ତେ ଶ୍ରୀଜଗନ୍ନାଥ ଙ୍କ ପାଖରେ ନିରବ ପ୍ରାର୍ଥନା କରାଯାଇଛି ।

powered by social2s