ଭୁବନେଶ୍ୱର: ଖୋଲା ବଜାରରେ କରୋନା ଟୀକା ଉପଲବ୍ଧ କରାଇବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରସ୍ତାବ ଦେଲେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଓଡିଶାକୁ ଅଧିକ ଟୀକା ଯୋଗାଇଦେବା ପାଇଁ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଜଣାଇଛନ୍ତି ଯେ ରାଜ୍ୟରେ ଦୈନିକ ୩ ଲକ୍ଷ ଡୋଜ ଟୀକା ଦେବାକୁ ଲକ୍ଷ ରଖାଯାଇଛି। ଓଡ଼ିଶାରେ ଏପର୍ଯ୍ୟନ୍ତ ୪୭ ଲକ୍ଷ ଟୀକା ଦିଆ ସରିଛି। ତେଣୁ ରାଜ୍ୟକୁ ଆଉ ୨୫ ଲକ୍ଷ ଟୀକା ଦେବାକୁ ଅନୁରୋଧ କଲେ ମୁଖ୍ୟମନ୍ତ୍ରୀ।
powered by social2s

